Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେରରେ ଉତ୍ତେଜନା: ଏମ୍‌ସିଏଲ୍‌ ଠିକା ସଂସ୍ଥା କେସିସିଏଲ୍‌ କର୍ମଚାରୀଙ୍କ ନାଁରେ ସମିତି ସଭ୍ୟାଙ୍କୁ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ

Posted on December 15, 2025

ଏମ୍‌ସିଏଲ୍‌ର ଠିକା ସଂସ୍ଥା କେସିସିଏଲ୍‌ (KCCL) କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦ୍ୱାରା ତାଳଚେର ବ୍ରଜନାଥପୁର ସମିତି ସଭ୍ୟା ଶ୍ରୀମତୀ ଅନୁପମା ପ୍ରଧାନଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ନେଇ ତାଳଚେର ଥାନାରେ ସାଙ୍ଘାତିକ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଆଜି ସମିତି ସଭ୍ୟା ଅନୁପମା ପ୍ରଧାନ ଏବଂ ତାଙ୍କ ସହିତ କିଛି ସ୍ଥାନୀୟ ବେକାର ଯୁବକ କେସିସିଏଲ୍‌ କମ୍ପାନୀ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେମାନେ ମୁଖ୍ୟତଃ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଚାହୁଁଥିଲେ। ତେବେ ଆଲୋଚନା ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।

କମ୍ପାନୀର କିଛି କର୍ମଚାରୀ ଓ କର୍ତ୍ତୃପକ୍ଷ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ରୋକଠୋକ୍ କହିଥିଲେ। ଏହାକୁ ନେଇ ସମିତି ସଭ୍ୟା ଓ ବେକାରୀ ଯୁବକମାନଙ୍କ ସହିତ କମ୍ପାନୀ କର୍ମଚାରୀମାନଙ୍କର ତୀବ୍ର ଯୁକ୍ତିତର୍କ ହୋଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ବଚସା ସୃଷ୍ଟି ହୋଇଥିଲା, ଯାହା ଶୀଘ୍ର ଧସ୍ତାଧସ୍ତିର ରୂପ ନେଇଥିଲା।

ଅଭିଯୋଗ ଅନୁଯାୟୀ, କେସିସିଏଲ୍‌ କମ୍ପାନୀର କିଛି ଲୋକ ସମିତି ସଭ୍ୟା ଓ ତାଙ୍କ ସହିତ ଯାଇଥିବା ଯୁବକମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ଠେଲାପେଲା କରିଥିଲେ। ଏହି ଠେଲାପେଲା ଯୋଗୁଁ ସମିତି ସଭ୍ୟା ଶ୍ରୀମତୀ ପ୍ରଧାନଙ୍କ ହାତରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ଏହି ଆକ୍ରମଣ ଓ ଦୁର୍ବ୍ୟବହାରକୁ ନେଇ ସମିତି ସଭ୍ୟା ଶ୍ରୀମତୀ ଅନୁପମା ପ୍ରଧାନ ତୁରନ୍ତ ତାଳଚେର ଥାନାରେ ପହଞ୍ଚି କେସିସିଏଲ୍‌ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, କମ୍ପାନୀ ତରଫରୁ ମଧ୍ୟ ସମିତି ସଭ୍ୟା ଓ ତାଙ୍କ ସହିତ ଯାଇଥିବା ଯୁବକମାନଙ୍କ ବିରୁଦ୍ଧରେ ପୃଥକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ଏହି ଘଟଣା ତାଳଚେର ଅଞ୍ଚଳରେ ଚାକିରି ଏବଂ ସ୍ଥାନୀୟ ଲୋକଙ୍କ ଅଧିକାରକୁ ନେଇ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିଛି। ପୋଲିସ୍ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme