Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଲାଭାଙ୍ଗି ଠାକୁରଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

Posted on December 9, 2025

ଲିହୁରୀ ଗୋପୀନାଥ ମନ୍ଦିରରେ ଚୋରି। ତାଲା ଭାଙ୍ଗି ଚୋରି କରିନେଲେ ଠାକୁରଙ୍କ ଅଳଙ୍କାର। ତଦନ୍ତ କରୁଛି ଆନ୍ଧ୍ର ପୁଲିସ।

ସୂଚନା ଅନୁଯାୟୀ, ଗୁପ୍ତ ବୃନ୍ଦାବନ ଭାବେ ପରିଚିତ ପ୍ରଶିଦ୍ଧ ଲିହୁରୀ ଗୋପୀନାଥ ମନ୍ଦିରରେ ଗତକାଲି ରାତିରେ ବଡ ଧରଣର ଚୋରି ହୋଇଛି । ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ଠାକୁରଙ୍କ ବହୁ ମୁଲ୍ଯବାନ ଅଳଙ୍କାର ସମେତ ମନ୍ଦିରର ପୂଜା ସାମଗ୍ରୀକୁ ମଧ୍ୟ ଚୋରି କରି ନେଇଛନ୍ତି। ଖାଲି ଏତିକି ନୁହେଁ ଏଠାରେ ସିସିଟିଭି  କ୍ୟାମେରା ଲାଗିଥିବାରୁ ହାର୍ଡଡିସ୍କକୁ ମଧ୍ୟ ଚୋରି କରି ନେଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଆନ୍ଧ୍ର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ଅନୁସନ୍ଧାନ ପାଇଁ ଫରେନ୍ସିକ୍ ଟିମ୍ ଆସୁଥିବା ମଧ୍ୟ ଜଣାପଡିଛି।

​​​​​​​

ଆନ୍ଧ୍ରରେ ଅବସ୍ଥିତ ଏହି ମନ୍ଦିରକୁ ୭୦୦ ବର୍ଷେ ପୁର୍ବେ ପାରଳା ମହାରାଜା ପ୍ରତିଷ୍ଠା କରିଥିଲେ। ଆଜିବି ରାଜାଙ୍କ ଦ୍ବାରା ହିଁ ଏହି ମନ୍ଦିର ପରିଚାଳିତ ହେଉଛି। ଆନ୍ଧ୍ର ଓଡିଶା ସମେତ ବହୁ ଶ୍ରଦ୍ଧାଳୁ ଏଠାକୁ ଦୈନନ୍ଦିନ ଆସନ୍ତି। ଏକ ତୀର୍ଥକ୍ଷେତ୍ର ଭାବେ ଏଠାରେ ବର୍ଷ ତମାମ ଭିଡ ଜମେ। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ଗତ ସପ୍ତାହରେ ଗଜପତି ଜିଲ୍ଲା କାଶୀନଗର ବ୍ଲକର ବଥବା ଠାରୁ ଲୁହିରୀ ଗ୍ରାମକୁ ଏକ ବ୍ରିଜ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme