
ଢେଙ୍କାନାଳ ପରଜଙ୍ଗ ଥାନା ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଉରକେଲା ଯାଉଥିବା ଗୋଟେ ଟ୍ରକ ବାଇକ ଉପରେ ଚଢ଼ିଯାଉଥିବାରୁ ବାଇକରେ ଥିବା ତିନି ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଧକ୍କା ଏପରି ତୀବ୍ର ଥିଲା ଯେ, ଟ୍ରକ ବାଇକକୁ ପ୍ରାୟ ୧୦୦ ମିଟର ଘୋଷାଡ଼ିନେଇଥିଲା। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ପରଜଙ୍ଗ ପୋଲିସ ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
