Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାଇସି, ଧରାପଡ଼ିଲା ୬.୮୩ ଲକ୍ଷ ମୃତ ବ୍ୟକ୍ତି ଓ ୩୩ ହଜାର ଜାଲି ରାସନ କାର୍ଡ

Posted on December 3, 2025

ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟରେ ଇ-କେୱାଇସି ପ୍ରକ୍ରିୟା ଜାରି ରହିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।
ଇ-କେୱାଇସି ଓ କ୍ଷେତ୍ର ତର୍ଜମା ସମୟରେ ମୋଟ ୬ ଲକ୍ଷ ୮୩ ହଜାର ୯୯୫ ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ ହୋଇଥିବାବେଳେ ଏହାର ପରିବାର ସଦସ୍ୟ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ ରହିଛି।

ରାଜ୍ୟରେ ସର୍ବାଧିକ ଜାଲି କାର୍ଡ ଖୋର୍ଦ୍ଧା ଜିଲ୍ଲାରେ ଧରାପଡ଼ିଛି ୪୭୪୭ କାର୍ଡ। କଟକ ରୁ ୨୯୦୫ କାର୍ଡ, ସୁନ୍ଦରଗଡ଼ ୨୩୫୭ କାର୍ଡ ଧରା ପଡ଼ିଛି।

ଅନ୍ୟ ଏକ ଲିଖିତ ଉତ୍ତରରେ, ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଜୁନ୍ ୨୦୨୪ ଠାରୁ ମୋଟ ୧୫ ଲକ୍ଷ ୩୩ ହଜାର ୧୫୩ ରାସନ କାର୍ଡ ଆବେଦନ ହସ୍ତଗତ ହୋଇଛି।

୩ ଲକ୍ଷ ୨୩ ହଜାର ୧୪୫ ଆବେଦନ (ପରିବାର ସଦସ୍ୟ ୬ ଲକ୍ଷ ୩୯ ହଜାର ୮୨୭) କ୍ଷେତ୍ର ତର୍ଜମା ପରେ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ୭ ଲକ୍ଷ ୩୭ ହଜାର ୫୩୦ ଆବେଦନ ‘ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟଭୋଗୀ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ ୨୦୨୦’ ଅନୁଯାୟୀ ଅଗ୍ରାହ୍ୟ କରାଯାଇଛି। ୪ ଲକ୍ଷ ୭୨ ହଜାର ୪୭୮ ଆବେଦନ ଉପରେ ବ୍ଲକ୍ ଓ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଜାରି ରହିଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme