Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିସେମ୍ବର ପହିଲାରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ

Posted on November 18, 2025

ରାଜ୍ୟ ପୋଲିସ ନିଜର କର୍ତ୍ତବ୍ୟ ଠିକଣା ଭାବେ ସମ୍ପାଦନା କରିପାରୁ ନ ଥିବାରୁ ଅପରାଧ ବଢୁଛି। ଏହି ପରିପ୍ରେକ୍ଷୀରେ ଯଦି ସରକାର ପୋଲିସକୁ ମୋଟର ଯାନ ଯାଞ୍ଚ ଦାୟିତ୍ୱ ପ୍ରଦାନ କରନ୍ତି ତେବେ ବସ୍‌ ଓ ମୋଟର ଯାନ ମାଲିକମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ସରକାର ତୁରନ୍ତ ଏହାର ସୁବିଚାର କରନ୍ତୁ। ପୋଲିସକୁ ତା’ କାର୍ଯ୍ୟ କରିବାକୁ ଦିଆଯାଉ ଏବଂ ଏମ୍‌ଭିଆଇଙ୍କୁ ତାଙ୍କ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଅଲ୍‌ ଓଡ଼ିଶା ମୋଟର ବସ୍‌ ଓନର୍ସ ଆସୋସିଏଶନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ରରେ କୁହାଯାଇଛି। ଆସୋସିଏଶନର ସାଧାରଣ ସମ୍ପାଦକ କହିଛନ୍ତି, ଯଦି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରୁହନ୍ତି, ତେବେ ଡିସେମ୍ବର ପହିଲାରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ କରାଯିବ। ସୋମବାର ଆସୋସିଏଶନର ସାଧାରଣ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି, ପୋଲିସ ଏହି ଯାଞ୍ଚ ଦାୟିତ୍ୱ ନେବାପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ଏହାକୁ ଖୁବ୍‌ଶୀଘ୍ର ଲାଗୁ କରାଯିବାକୁ ରହିଛି। ତେବେ ନିକଟରେ ମାର୍ଶାଘାଇରେ ଏଭଳି ଏକ ଘଟଣା ଯୋଗୁ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଇତିମଧ୍ୟରେ ୫୦୦ ବସ୍‌ ମାଲିକଙ୍କ ନିକଟକୁ ଇ-ଚାଲାଣ ଆସିଲାଣି। ଏହାଦ୍ୱାରା ବସ୍‌ ମାଲିକମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏନେଇ ନଭେମ୍ବର ୨୫ରେ ସଂଘର ସାଧାରଣ ବୋର୍ଡ ବୈଠକ ଅନୁଷ୍ଠିତ ହେବ।
ଆସୋସିଏଶନର ସାଧାରଣ ସମ୍ପାଦକ କହିଛନ୍ତି, ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ମୋଟରସାଇକେଲ ଚଳାଇବା ବେଳେ ହେଲମେଟ୍‌ ପିନ୍ଧିବା, ସିଟ୍‌ ବେଲ୍‌ଟ ବାନ୍ଧିବା, ତିନିଜଣ ବସି ଯିବା କଥା ନୁହେଁ, ମଦ୍ୟପାନ କରିବା କଥା ନୁହେଁ । ଆଇନର ଅନୁପାଳନ ହେଲେ ଦୁର୍ଘଟଣା କମିପାରିବ। ମାତ୍ର ଏହାକୁ ଗୁରୁତ୍ୱ ନ ଦେଇ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବା ଦ୍ୱାରା ବସ୍‌ ମାଲିକମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ସରକାର ସଂଘର ପ୍ରସ୍ତାବକୁ ସହୃଦୟତାର ସହ ବିଚାର କରନ୍ତୁ ବୋଲି ଆସୋସିଏଶନର ସାଧାରଣ ସମ୍ପାଦକ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme