Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିଭାଇଡର ଉପରେ ଚଢି ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ୍, ୩୦ ଯାତ୍ରୀ ଆହତ

Posted on October 7, 2025

ଜଗା ଦର୍ଶନ ସାରି ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ଡିଭାଇଡର ଉପରେ ଚଢି ଓଲଟି ପଡିଛି। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁଲିସ ଉଦ୍ଧାର କରି ସିମୁଳିଆ ଏବଂ ସୋର ଡାକ୍ତରଖାନାକୁ ପଠାଇଛି। ବସ୍ ଡ୍ରାଇଭରକୁ ନିଦ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମୋହନପୁର ଥାନା ବୋଇତା ଅଞ୍ଚଳର ୬୫ ଜଣ ତୀର୍ଥଯାତ୍ରୀ ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ ଇନ୍ଦ୍ରାଣୀ ବସ୍ ଯୋଗେ ଆସିଥିଲେ। ଗତକାଲି ଫେରିବା ବେଳେ ରାତି ପ୍ରାୟ ୨ଟା ସମୟରେ ତୀର୍ଥଯାତ୍ରୀ ବସଟି ୧୬ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ଡିଭାଇଡର ଉପରକୁ ଚଢିଯାଇ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ତିରିଶ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସିମୁଳିଆ ପୁଲିସ ପହଁଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତ ଯାତ୍ରୀମାନଙ୍କୁ ସିମୁଳିଆ ଏବଂ ସୋର ଡାକ୍ତରଖାନାକୁ ପଠାଯାଇଛି। ତୀର୍ଥଯାତ୍ରୀଙ୍କ ମଧ୍ୟରେ ୧୫ ଜଣ ଶିଶୁ ଏବଂ ୩୦ ଜଣ ମହିଳା ଥିବା ଜଣାପଡିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme