Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡାଳିମ୍ବର ଚମତ୍କାରୀ ଗୁଣ

Posted on November 26, 2025

ଡାଳିମ୍ବରେ ତ୍ୱଚାକୁ ସୁନ୍ଦର ରଖିବା, ରକ୍ତଚାପକୁ ନିୟନ୍ତ୍ରଣ କରିବା ତଥା ମାନସିକ ଚାପରୁ ମୁକ୍ତି ଦେବାରେ ବେଶ୍‌ ଚମତ୍କାରୀ ଗୁଣ ଭରି ରହିଥାଏ। ତା’ଛଡ଼ା ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଏଡ୍‌ ନାମକ ତତ୍ତ୍ୱ ଥିବାରୁ, ଏହା ଗଣ୍ଠିମାନଙ୍କରେ ଥିବା ଫୁଲାକୁ ଦୂର କରିଥାଏ। ଯଦ୍ଦ୍ବାରା ଗଣ୍ଠି ବିନ୍ଧାରୁ ସହଜରେ ମୁକ୍ତି ମିଳିଯାଏ। ତେଣୁ ଯେଉଁ ବ୍ୟକ୍ତିମାନେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟାରେ ପିଡ଼ୀତ, ସେମାନେ ପ୍ରତିଦିନ ଗୋଟିଏ ଲେଖାଏଁ ଡାଳିମ୍ବର ଜୁସ୍‌ ବାହାର କରି ପିଇଲେ ସେମାନଙ୍କୁ ଖୁବ୍‌ ଉପକାର ମିଳିଥାଏ। ସେହିପରି କୁହାଯାଏ, ନିୟମିତ ଡାଳିମ୍ବ ଜୁସ୍‌ ପିଇଲେ ଉଚ୍ଚରକ୍ତ ଚାପ ସମସ୍ୟା ସହ ଲଢିବାକୁ ଆମ ଶରୀରକୁ ଉପଯୁକ୍ତ ଶକ୍ତି ମିଳିଥାଏ। ଅନ୍ୟପକ୍ଷେ ଆଉ କିଛି ପରୀକ୍ଷଣରୁ ଜଣାଯାଇଛି ଯେ, ନିୟମିତ ଡାଳିମ୍ବ ସେବନ ଦ୍ୱାରା ପ୍ରୋଷ୍ଟେଟ୍‌, ବ୍ରେଷ୍ଟ, ଲଙ୍ଗ୍ସ ତଥା କୋଲନ୍‌ କ୍ୟାନସର୍‌ ନ ହେବାର ସମ୍ଭାବନା ଟିକେ ଅଧିକ ରହିଥାଏ। ଏହାବାଦ୍‌ ଡାଳିମ୍ବରେ ଯେହେତୁ ଫାଇବର୍‌ ମଧ୍ୟ ରହିଥାଏ, ତେଣୁ ଏହା ଶରୀରର ଓଜନ କମାଇବା, କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣରେ ରଖିବା ଏବଂ ଖାଦ୍ୟ ହଜମ କରାଇବାରେ ବି ବେଶ୍‌ ଉପକାରୀ ହୋଇଥାଏ। କେବଳ ସେତିକି ନୁହେଁ, ଡାଳିମ୍ବରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଭିଟାମିନ୍‌ ଇ ଏବଂ ଭିଟାମିନ୍‌ କେ ଭରି ରହିଥିବାରୁ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme