Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡକାୟତଙ୍କ ବନ୍ଧୁକ ମାଡ଼ରେ ମହିଳା ଗୁରୁତର

Posted on November 18, 2025

ଭଦ୍ରକ ଜିଲ୍ଲା ନାୟାକାଣିଡିହି ଥାନା ଲକ୍ଷ୍ମୀଦାସ ପୁର ସ୍ଥିତ ପାଳ ସାହିରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ଯୋଜନା ପଣ୍ଡ ହୋଇଛି। ହେଲେ ପ୍ରଫୁଲ୍ଲ ଲେଙ୍କାଙ୍କ ଘରେ ପଶି ଲୁଟ କରୁଥିବା ବେଳେ ସ୍ତ୍ରୀ କାମିନୀ ବିରୋଧ କରିବାରୁ ଡକାୟତମାନଙ୍କ ବନ୍ଧୁକ ମାଡ଼ରେ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିବା ସୂଚନା ରହିଛି।

ଅନ୍ୟପଟରେ ଡକାୟତି ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ଡକାୟତମାନଙ୍କୁ କାବୁ କରିଥିଲେ। ସେମାନଙ୍କୁ ସ୍ଥାନୀୟ ପୁଲିସ ହାତରେ ଜିମା ଦିଆଯାଇଛି।

ଏଣେ ଡକାୟତି ପାଇଁ ଯୋଜନା କରୁଥିଲେ ୫ ଡକାୟତ। ପାଖରେ ଥିଲା ଭୁଜାଲି, ଛୁରୀ ଓ ଳୁହାରଡ୍‌। ତେବେ ଏହି ଯୋଜନାକୁ ବିଫଳ କରିଦେଇଛି ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ। ସମସ୍ତ ୫ ଜଣ ଡକାୟତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୁଣା ଷ୍ଟେସନ ରୋଡ୍‌ ନେତାଜୀ ମାର୍ଗ୍‌ ଅଞ୍ଚଳର ମହମ୍ମଦ ସୈଫ୍‌ ଓରଫ୍‌ ବୁଦିନ (୨୩), ବାସନ୍ତୀକଲୋନି ନାଗିରା ଖଟାଲର ଓମ୍‌ ଗୌଡ଼, ଗୋପବନ୍ଧୁପାଲିର ପ୍ରିନ୍ସ ରାଓ ଓରଫ୍‌ ପିଞ୍ଚୁ, ରୋଶନ ସିଂହ ଓ ପ୍ଲାଣ୍ଟ୍‌ସାଇଟ୍‌ ରୋଡ୍‌ ନିବାସୀ ସୂରଜ ପାତ୍ର। ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି, ୨ଟି ଛୁରୀ ଓ ୨ଟି ଲୁହା ରଡ୍‌ ଜବତ ହୋଇଛି।

ପୁଲିସ ସୂଚନା ଅନୁସାରେ, ଶନିବାର ରାତିରେ ଅଭିଯୁକ୍ତମାନେ ସ୍ଥାନୀୟ ଗଣେଶ ଛକ ନିକଟରେ ଜମା ହୋଇଥିଲେ। ସେମାନେ ଅଖାପାଖ ଅଞ୍ଚଳ ତଥା ପେଟ୍ରୋଲ ପମ୍ପ୍‌ରେ ସଶସ୍ତ୍ର ଡାୟତି ପାଇଁ ସ୍ଥିର କରିଥିଲେ। ଏହିସମୟରେ ପାଟ୍ରୋଲିଂ କରୁଥିବା ପ୍ଲାଣ୍ଟ୍‌ସାଇଟ ପୁଲିସ ନଜରରେ ପଡ଼ିଯାଇଥିଲେ। ପୁଲିସ ସଦଳବଳ ଘଟଣାସ୍ଥଳରେ ଅତର୍କିତ ଚଢଉକରି ସମସ୍ତଙ୍କୁ କାବୁ କରିନେଇଥିଲା।

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ସୂରଜ ନାଁରେ ୮ଟି ଅପରାଧିକ ମାମଲା ରହିଛି। ଟାଙ୍ଗରପାଲି ଥାନାରେ ୩ଟି ମାମଲା ଥିବାବେଳେ ଉଦିତନଗର, ପ୍ଲାଣ୍ଟ୍‌ସାଇଟ୍‌ ଓ ୨ଟି ଏବଂ ଚାନ୍ଦିପୋଷ ଥାନାରେ ଗୋଟିଏ ମାମଲା ରହିଛି। ଅନ୍ୟତମ ଅଭିଯୁକ୍ତ ପ୍ରିନ୍ସ ନାଁରେ ୪ଟି ମାମଲା, ରୋଶନ ନାଁରେ ୨ଟି ମାମଲା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme