Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ୟୁଶନ ହେବେ ରାଜସ୍ବ ବାବୁ…

Posted on December 24, 2025

ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ ଓ ପାର୍ଟପ୍ଲଟ ବିକ୍ରି ଭଳି ୧୩ଟି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଗଲାଣି। ହେଲେ ତୃଣମୂଳସ୍ତରରେ ରାଜସ୍ବ ଅଧିକାରୀମାନେ କାର୍ଯ୍ୟ ସମ୍ପାଦନ ବେଳେ ଝୁଣ୍ଟୁଛନ୍ତି। ଅଧିକାଂଶ ଅଧିକାରୀ ସରକାରଙ୍କ ସଂଶୋଧିତ ନିୟମକୁ ଠିକଣା ଭାବେ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ସାଧାରଣ ଲୋକେ ରାଜସ୍ବ ସେବା ପାଇବାରେ ଅନ୍ତରାୟ ସୃଷ୍ଟି ହେଉଛି। ମଧ୍ୟସ୍ଥମାନେ ଏହାର ଫାଇଦା
ଉଠାଉଛନ୍ତି। ଏ ସଂକ୍ରାନ୍ତରେ ବହୁ ଅଭିଯୋଗ ସରକାରଙ୍କ ଦୃଷ୍ଟିଗୋଚରକୁ ଆସିବା ପରେ ରାଜସ୍ବ ବିଭାଗ ପକ୍ଷରୁ ଏହାକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏଣିକି ଅଧିକାରୀଙ୍କୁ ‘ରାଜସ୍ବ ପାଠଶାଳା’ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇ ବାବୁଙ୍କ ଏହି ଟ୍ୟୁଶନ୍‌ ପ୍ରକ୍ରିୟା ନୂଆବର୍ଷରୁ ଆରମ୍ଭ ହେବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜଣାଯାଇଛି।
ସୂଚନା ଅନୁଯାୟୀ, ରାଜସ୍ବ ବିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଅନ୍‌ଲାଇନ ରାଜସ୍ବ ପାଠଶାଳା ଆରମ୍ଭ ହେବ। ଏଥିରେ ପାଳି କରି ପ୍ରତିଦିନ ବିଭିନ୍ନ ବର୍ଗର ଅଧିକାରୀଙ୍କୁ ଯୋଡ଼ାଯିବ। କେଉଁଦିନ ସବୁ ଜିଲାର ଜିଲାପାଳ ଏହି ଅନ୍‌ଲାଇନ୍‌ ପାଠଶାଳାରେ ନାମ ଲେଖାଇବେ ତ ଆଉ କେଉଁଦିନ ଅତିରିକ୍ତ ଜିଲାପାଳ, ତହସିଲଦାର, ରେଜିଷ୍ଟ୍ରାର ଓ ସବ୍‌ ରେଜିଷ୍ଟ୍ରାର ରହିବେ। ସେହିପରି ଭୂ-ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀଙ୍କୁ ମଧ୍ୟ ଏହି ପାଠଶାଳାରେ ପ୍ରଶିକ୍ଷଣ ଦିଆଯିବ। ସେଥିପାଇଁ ବିଭାଗ ପକ୍ଷରୁ ପ୍ରତ୍ୟେକ କାର୍ଯ୍ୟଦିବସକୁ ନେଇ ପ୍ଲାନିଂ କରାଯିବ। କେଉଁଦିନ କେଉଁ ଅଧିକାରୀଙ୍କ କେଉଁ ବିଷୟରେ ପାଠଶାଳାରେ ଶିକ୍ଷା ଦିଆଯିବ ଏବଂ ସେମାନଙ୍କୁ କେଉଁ ବର୍ଗର ଅଧିକାରୀ ଶିକ୍ଷାଦେବେ ତାହା ପୂର୍ବରୁ ନିର୍ଦ୍ଧାରିତ ହେବ ଏବଂ ଅଧିକାରୀମାନଙ୍କୁ ଅବଗତ କରାଇ ଦିଆଯିବ। ଯଦି କୌଣସି ଅଧିକାରୀ ରାଜସ୍ବ ପାଠଶାଳାରେ ଅନୁପସ୍ଥିତ ରହିବେ ତେବେ ସେ ବିଭାଗର ସ୍ବତନ୍ତ୍ର ଗ୍ରୁପ୍‌ରେ ଜଣାଇବେ ଏବଂ ପରବର୍ତ୍ତୀ ପାଠଶାଳାରେ ଉପସ୍ଥିତ ରହି ଜ୍ଞାନ ଆହରଣ କରିବେ। ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଏକ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ନୂତନ ବର୍ଷରେ ବିଭାଗ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ପୁରୁଣାକାଳିଆ ବ୍ରିଟିଶ ଆଇନ ବନ୍ଦ ହୋଇ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲାଣି। ଏପରି କି ୫୦ରୁ ଅଧିକ ରାଜସ୍ବ ଗ୍ରାମ ମଧ୍ୟ ଘୋଷଣା ହୋଇଛି। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳର ଅଧିକାରୀଙ୍କୁ ଏ ବାବଦରେ ଜଣାନାହିଁ। ଏଭଳି କେତେକ ଅଭିଯୋଗକୁ ନେଇ ବିଭାଗ ଏବେ ଆକ୍ସନମୋଡ୍‌କୁ ଆସିଛି। କେଉଁ ଅଧିକାରୀମାନେ ବାସ୍ତବରେ ସରକାରଙ୍କ ସଂଶୋଧିତ ନିୟମ ସମ୍ପର୍କରେ ଜାଣି ନାହାନ୍ତି ଏବଂ କେଉଁମାନେ ଜାଣିକରି ଠକିବାକୁ ଚେଷ୍ଟା କରୁଛନ୍ତି ସେସବୁ ରାଜସ୍ବ ପାଠଶାଳା ଅବସରରେ ସମୀକ୍ଷା କରାଯିବ। ଯଦି କୌଣସି ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ରାଜସ୍ବ ସେବାକୁ ଲୋକଙ୍କୁ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିଥିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗର ଚିଠା ପ୍ରସ୍ତାବରେ ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme