
କୁହାଯାଏ କି, ରେଳ ଯାତ୍ରା ସବୁ ବର୍ଗର ଯାତ୍ରୀଙ୍କ ପାଇଁ ସହଜ ଏବଂ ସୁଗମ ହୋଇଥାଏ । ଗରୀବ ହୁଅନ୍ତୁ ବା ମଧ୍ୟବିତ ସବୁ ବର୍ଗର ଲୋକେ ଟ୍ରେନରେ ଯାତ୍ରା କରିଥାନ୍ତି । ଭାରତୀୟ ରେଲଓ୍ବେ ଯାତ୍ରୀଙ୍କ ପାଇଁ ସବୁବେଳେ ସୁବିଧାମାନ ଯୋଗାଇ ଆସୁଛି । ଏହାସହ ଭାରତୀୟ ରେଳବାଇ ଏଭଳି ଭାବେ କାମ କରୁଛି କି, ଯାହାକୁ ବିଦେଶରେ ମଧ୍ୟ ପ୍ରଂଶସା କରାଯାଉଛି । ଭାରତୀୟ ରେଳବାଇ ଦ୍ବାରା ଅନୁପ୍ରାଣିତ ହୋଇ ଅନେକ ଦେଶ ନିଜର ରେଳ ନେଟଓ୍ବର୍କରେ ମୌଳିକ ଉନ୍ନତି ଆଣିବାରେ ଉନ୍ନତି ଆଣୁଛନ୍ତି । ଭାରତରେ ବନ୍ଦେ ଭାରତ ତେଜସ ଭଳି ଟ୍ରେନ୍ ଚାଲୁଥିବାବେଳେ ଅନେକ ଏକ୍ସପ୍ରେସ ଟ୍ରେନ ମଧ୍ୟ ଯାତ୍ରା କରୁଛି । ଯାହାକି ସବୁ ବର୍ଗର ଲୋକେ ଯାତ୍ରା କରିବାରେ କୌଣସି ଅସୁବିଧା ହୋଇନଥାଏ । ଯେଉଁ କାରଣରୁ ଭାରତର ଅଧିକାଂଶ ଲୋକେ ଟ୍ରେନ ଯାତ୍ରାକୁ ବାଛିଥାନ୍ତି ।
ସାଧାରଣତଃ ଆମେ ସମସ୍ତେ ଟ୍ରେନରେ ଯାତ୍ରା କରିଥାଉ । ବେଳେ ଯାତ୍ରା କରିବା ସମୟରେ ମନରେ ପ୍ରଶ୍ନ ଉଙ୍କି ମାରିଥାଏ କି, ଗୋଟିଏ ଟ୍ରେନର ଦାମ କେତେ ହେବ ? ଗୋଟିଏ କୋଚର ମୂଲ୍ୟ କେତେ ହେବ ? ଗୋଟିଏ ବଗିରେ ପ୍ରତିଦିନ ବହୁ ଯାତ୍ରୀ ଯାଉଛନ୍ତି । ରେଳବାଇ କେତେ ଲାଭ ପାଉଥିବ । ଏମିତି ପ୍ରଶ୍ନ ସାଧାରଣତଃ ଅନେକ ମନରେ ଉଠିଥାଏ । ତେବେ ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା ଗୋଟିଏ ବଗିରେ କେତେ ଖର୍ଚ୍ଚ ହୋଇଥାଏ ?
ସାଧାରଣତଃ ଟ୍ରେନରେ ତିତି ପ୍ରକାର କୋଚ୍ ରହିଥାଏ । ଜେନେରାଲ, ଏସି ଏବଂ ସ୍ଲିପର କୋଚ ରହିଥାଏ । ଟ୍ରେନର କୋଚ ଗୁଡ଼ିକ ଷ୍ଟିଲ୍ ଏବଂ ଆଲୁମିନିୟମରେ ତିଆରି ହୋଇଥାଏ । ବାହାର ପଟ ଷ୍ଟିଲ୍ ରହିଥିବାବେଳେ ଭିତର ଅଂଶରେ ଆଲୁମିନିୟମ ବ୍ୟବହାର ହୋଇଥାଏ । ଯଦି ଆମେ ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରିବା ତାହେଲେ ଗୋଟିଏ ଏସି କୋଚର ମୂଲ୍ୟ ୨.୮ କୋଟିରୁ ୩ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ସେହିପରି ସ୍ଲିପର କୋଚରେ ୧.୨୫ କୋଟି ଏବଂ ଜେନେରାଲ କୋଚରେ ଗୋଟିଏ ବଗିରେ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହୋଇଥାଏ ।
