Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା, କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର

Posted on January 23, 2026

ମହାନଦୀ ଟ୍ରିବ୍ୟୁନାଲକୁ ନେଇ ଆଶଙ୍କା। ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ବଢ଼ାଇବାକୁ ଲିଖିତ ଦେଉନାହାନ୍ତି ସରକାର। ଆପୋସ ସମାଧାନ ବାଟ ବି ଆଗେଇନି। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍‌ ମାସ‌ରେ ଶେଷ ହେବ। ହେଲେ ଟ୍ରିବ୍ୟୁନାଲ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚିନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢ଼ାଇବାକୁ ଓଡ଼ିଶା ସରକାର ଲିଖିତ ଭାବେ କେନ୍ଦ୍ରକୁ ଜଣାଇନାହାନ୍ତି। ଛତିଶଗଡ଼ ସରକାର ବି ନିରବ ଅଛନ୍ତି। ଫଳରେ ଟ୍ରିବ୍ୟୁନାଲର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ଏପଟେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନର ବାଟ ମଧ୍ୟ ଆଗେଇ ପାରିନାହିଁ।

ଗତ ୧୮ ତାରିଖରେ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ କୁହାଯାଇଥିଲା ଯେ, ଟ୍ରିବ୍ୟୁନାଲ୍‌ କାର୍ଯ୍ୟକାଳ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ୯ ମାସ ଧରି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲର କାର୍ଯ୍ୟରେ ଅଗ୍ରଗତି ହୋଇ ନଥିଲା। ତେଣୁ ଆଉ ଏକ ବର୍ଷ ଦରକାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାର ଓଡ଼ିଶା ସରକାରଙ୍କ ଓକିଲଙ୍କ ପାଖକୁ ଲେଖିଥିବା ପତ୍ର ଭିନ୍ନ ତଥ୍ୟ ଦର୍ଶାଉଛି। ଏଥିରେ କୁହାଯାଇଛି, ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବଢ଼ାଇବା ଲାଗି ଉଭୟ ରାଜ୍ୟ ଚଳିତମାସର ପ୍ରଥମ ସପ୍ତାହରେ ଲିଖିତ ଭାବେ ଏ ସଂପର୍କରେ ଜଣାଇବା ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର ଦୁଇ ରାଜ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ଟ୍ରିବ୍ୟୁନାଲ ଉଭୟ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

ଆସନ୍ତା ଫେବ୍ରୁଆରି ମାସ ୭ତାରିଖରେ ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଏହି ଶୁଣାଣିରେ ଓଡ଼ିଶାର ଆଡ୍‌ଭୋକେଟ୍‌ ଜେନେରାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇଛନ୍ତି। ଏହି ଶୁଣାଣି ତାରିଖକୁ ସ୍ଥଗିତ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ମାତ୍ର ଟ୍ରିବ୍ୟୁନାଲ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ଏହି ଶୁଣାଣିରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଏଜିଙ୍କ ଅନୁପସ୍ଥିତିରେ ବି ଏହା ଚାଲିପାରିବ ବୋଲି କହିଛନ୍ତି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme