Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରଲର ଧକ୍କାରେ ଯୁବକଙ୍କ ମୃତ୍ୟୁ

Posted on November 18, 2025

ପରୀକ୍ଷା ଦେବାକୁ ଯାଉଥିଲେ ଯୁବକ। ବାଟରେ ଛକି ବସିଥିଲା ଯମ। ଟ୍ରେଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୫୩ ନମ୍ବର ଜାତୀୟ ରାଜପଥର ପାଖର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାନୁଯାୟୀ, ଧର୍ମଶାଳା ଥାନା ୫୩ ନମ୍ବର ଜାତୀୟ ରାଜପଥର ପାଖର ନିକଟରେ ଜଣେ ବାଇକ୍ ଆରୋହୀ ଏକ ରଡ୍ ବୋଝେଇ ଟ୍ରକ୍ ସହ ଧକ୍କା ହୋଇ ରାସ୍ତାରେ ପଡିଯାଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରେଲର ଯୁବକଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାସ୍ଥଳରୁ ମିଳିଥିବା ଭୋଟର ପରିଚୟ ପତ୍ରରୁ ଯୁବକ ଜଣଙ୍କ ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ୱୋ ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ପୁଅ ବିଜୟ କୁମାର ପ୍ରଧାନ ବୋଲି ଜଣାପଡ଼ିଛି। ବିଜୟ ଭୁବନେଶ୍ବରକୁ କୌଣସି ଏକ ପରୀକ୍ଷା ଦେବାକୁ ଯାଉଥିଲେ। ହେଲେ ବାଟରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖବର ପାଇ ଧର୍ମଶାଳା ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme