Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା: ଭାରତୀକୁ ବଡ଼ ଝଟକା

Posted on September 26, 2025

ଟ୍ରମ୍ପଙ୍କ ୧୦୦% ଔଷଧ ଶୁଳ୍କ ଘୋଷଣା । ଭାରତୀୟ ଔଷଧ ରପ୍ତାନିକୁ ବଡ଼ ଝଟକା । ଆମେରିକାକୁ ରପ୍ତାନି ହେଉଥିବା ଯେ କୌଣସି ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ୧୦୦% ଶୁଳ୍କ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ତେବେ ଆମେରିକାରେ ଉତ୍ପାଦନ କାରଖାନା ନିର୍ମାଣ ଆରମ୍ଭ କରିଥିବା କମ୍ପାନୀମାନଙ୍କୁ ଏହି ଶୁଳ୍କରୁ ଛାଡ଼ କରାଯାଇଛି । ଆମେରିକାକୁ ରପ୍ତାନି ହେଉଥିବା ବ୍ରାଣ୍ଡେଡ କିମ୍ବା ପେଟେଣ୍ଟ ଔଷଧ ଉତ୍ପାଦ ଉପରେ ଶତ ପ୍ରତିଶତ ଶୁଳ୍କ ଲାଗୁ ଦ୍ବାରା ଭାରତୀୟ ଔଷଧ ଉଦ୍ୟୋଗ ବିଶେଷକରି ପ୍ରଭାବିତ ହେବା ଆଶଙ୍କା ରହିଛି । କାରଣ ଆମେରିକାକୁ ଭାରତ ପ୍ରତିବର୍ଷ ପ୍ରାୟ ୮୩,୦୦୦ କୋଟି ଟଙ୍କାର ଔଷଧ ରପ୍ତାନି କରିଥାଏ ।

୧୦୦% ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ଯାଉଥିବା ଜେନେରିକ ଔଷଧର ଦର ବହୁତ ବଢ଼ିଯିବ । ଏଥିଯୋଗୁ Sun Pharma, Dr. Reddy’s, Cipla, Lupin ପରି ବଡ଼ କମ୍ପାନୀଗୁଡ଼ିକର ଲାଭ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ଆମେରିକା ବଜାରରେ ଦର ବଢ଼ିବାରୁ ଅନ୍ୟ ଦେଶ ୟୁରୋପ୍, ଲାଟିନ୍ ଆମେରିକାର ଯୋଗାଣକାରୀ ଲାଭ କରିପାରନ୍ତି । ଟ୍ରମ୍ପ ଏହି ଶୁଳ୍କକୁ ଆମେରିକୀୟ ଔଷଧ ଶିଳ୍ପକୁ ସୁରକ୍ଷା ଏବଂ “ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ବୋଲି ବର୍ଣ୍ଣନା କରିଛନ୍ତି । ଭାରତ World Trade Organization (WTO) ମାଧ୍ୟମରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଚ୍ୟାଲେଞ୍ଜ୍ କରିପାରେ । ଆମେରିକାରେ ଶତ ପ୍ରତିଶତ ଶୁଳ୍କ ଲାଗୁ ଦ୍ବାରା ଭାରତୀୟ ମେଡିସିନ କମ୍ପାନୀମାନେ ବିକଳ୍ପ ବଜାର ଭାବେ ୟୁରୋପ୍, ଜାପାନ୍, ମଧ୍ୟ ପୂର୍ବକୁ ଖୋଜିବାକୁ ବାଧ୍ୟ ହେବେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme