Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରମ୍ପଙ୍କ ନାଁରେ ଆଧାର କାର୍ଡ, ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ

Posted on November 2, 2025

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନାଁରେ ନକଲି ଆଧାର କାର୍ଡ । ଏନ୍‌ସିପି (ଏସ୍‌ପି) ବିଧାୟକ ରୋହିତ ପାୱାର ଟ୍ରମ୍ପଙ୍କ ନାଁରେ ନକଲି ଆଧାର କାର୍ଡ ପ୍ରସ୍ତୁତି ଏବଂ ନକଲି ଭୋଟରଙ୍କୁ ପଞ୍ଜୀକୃତ କରିବାରେ ଏହାର ଉପଯୋଗ ବିଷୟରେ ଦର୍ଶାଇବା ପରେ ମୁମ୍ବାଇ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏକ ୱେବ୍‌ସାଇଟ୍‌ରେ କିଭଳି ନକଲି ଆଧାର କାର୍ଡ ପ୍ରସ୍ତୁତ ହେଉଥିଲା ଏବଂ ନକଲି ଭୋଟର ପଞ୍ଜୀକୃତ ହେଉଥିଲେ, ଗତ ଅକ୍ଟୋବର ୧୬ ତାରିଖରେ ଏକ ପ୍ରେସ୍‌ ସମ୍ମିଳନୀରେ ପାୱାର ଦେଖାଇଥିଲେ ।

ବିଜେପିର ସୋସିଆଲ ମିଡିଆ ସେଲ୍‌ ସହ-ସଂଯୋଜକ ଧନଞ୍ଜୟ ୱାଗାସ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ବିଷୟକୁ ଦେଖିଥିଲେ । ଏଥିରେ ତାଙ୍କ ପାର୍ଟିର ଜଣେ ପଦାଧିକାରୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ୱାଗାସ୍କର ଉକ୍ତ ଅଜ୍ଞାତ ଆଧାର ପ୍ରସ୍ତୁତକର୍ତ୍ତା, ୱେବ୍‌ସାଇଟ୍‌ର ମାଲିକ ଏବଂ ଅନ୍ୟମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କଲେ । ଅଭିଯୋଗରେ ୱାଗାସ୍କର ଦାବି କଲେ ଯେ ରାଜନେତାଙ୍କ ଠକେଇ କାର୍ଯ୍ୟ ଭାରତର ଏକ ସ୍ୱୟଂଚାଳିତ ସଂସ୍ଥା ତଥା ତାଙ୍କ ପାର୍ଟି ବିରୋଧରେ ଲୋକଙ୍କ କ୍ରୋଧ ଓ ଘୃଣାକୁ ବଢ଼ାଇଛି, ଯାହା ସାମାଜିକ ନିରାପତ୍ତା ପାଇଁ ବିପଦପୂର୍ଣ୍ଣ । ଏକ ନକଲି ୱେବ୍‌ସାଇଟ ଜରିଆରେ ନକଲି ଆଧାର କାର୍ଡ ପ୍ରସ୍ତୁତି କରି ସମାଜରେ ଦୁଇଟି ସମୂହ ମଧ୍ୟରେ ମତଭେଦ ଓ ଶତ୍ରୁତା ତଥା ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କଲେ ।

ୱାଗାସ୍କରଙ୍କ ଅଭିଯୋଗ ଆଧାରରେ ସାଇବର ପୁଲିସ ଦୁଇଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଜାଲିଆତି, ପରିଚୟ ଚୋରି, ମିଛ ଖବର ପ୍ରସାର ଆଦି ମାମଲାରେ ଏକ ମାମଲା ରୁଜୁ କରିଛି । ଗତ ୧୬ ତାରିଖରେ ରୋହିତ ପାୱାର ଅଭିଯୋଗ କରିଥିଲେ, ଗତ ବର୍ଷ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ବିପକ୍ଷରେ ଫଳ ଅସିବା ପରେ ନକଲି ଭୋଟର ପଞ୍ଜୀକରଣ, ପ୍ରକୃତ ଭୋଟରଙ୍କ ନାଁ ହଟାଇବା ଏବଂ ଭୋଟରଙ୍କ ନାଁ ଦି’ଥର ପଞ୍ଜୀକରଣ ଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରାଯାଇଥିଲା । ସପକ୍ଷରେ ନ ଥିବା ଭୋଟରଙ୍କୁ ମୃତ ଦର୍ଶାଯାଇଥିଲା ଏବଂ ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଭୋଟିଂ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme