Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରକ ଧକ୍କାରେ ଚାଲିଗଲା ହୋମଗାର୍ଡଙ୍କ ଜୀବନ

Posted on October 31, 2025

ଏକ କଣ୍ଟେନର ଧକ୍କାରେ ସୋର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କର ମୃତ୍ୟୁ ହୋଇଛି। କଣ୍ଟେନର ଡ୍ରାଇଭର ଏବଂ ହେଲ୍ପରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ରୂପଖଣ୍ଡ ଆଡିଆ ଗ୍ରାମର ସୁଶାନ୍ତ ସେଠି ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଗୁରୁବାର ରାତିରେ ସୋର ଥାନାରେ ଡ୍ୟୁଟି ସାରି ଆଜି ସକାଳେ ଚା’ ପିଇବା ପାଇଁ କଲେଜ ଛକ ନିକଟକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ କଣ୍ଟେନରଟି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ କଣ୍ଟେନରଟିକୁ ପିଛା କରି ସିମୁଳିଆ ନିକଟରୁ ଜବତ କରିବା ସହିତ ସୋର ପୁଲିସକୁ ହସ୍ତାନ୍ତର କରିଛି। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ଆଣିଛି । ଏହା ସହ କଣ୍ଟେନର ଡ୍ରାଇଭର ସିଲିଗୁଡ଼ି ଅଞ୍ଚଳର କିସାନ ଦାସ ଓ ହେଲ୍ପରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme