
ଟ୍ରକ୍କୁ ପିଟିଲା ଘରୋଇ ଯାତ୍ରୀବାହୀ ବସ୍। ଓଡ଼ିଶାରୁ କଲିକତା ବାବୁଘାଟ ଫେରୁଥିବା ଡଲଫିନ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ବାଲେଶ୍ୱର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ବୁଧବାର ଭୋର ୨ଟାରେ ପଶ୍ଚିମବଙ୍ଗର ଏକ ଡଲଫିନ ନାମକ ଘରୋଇ ଯାତ୍ରୀବାହୀ ବସ୍ ୬୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଓଡ଼ିଶାରୁ କଲିକତା ବାବୁଘାଟ ଫେରୁଥିଲା । ଏହି ସମୟରେ ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ପଛକୁ ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଥିଲେ । ଏସମ୍ପର୍କରେ ଖବର ପାଇ ଜଳେଶ୍ୱର ପୁଲିସ ଘଟଣା ସ୍ଥଳରେରେ ପହଞ୍ଚିଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ବାଲେଶ୍ୱର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
