Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟି୨୦ ବିଶ୍ୱକପ୍‌ରୁ ବାଦ୍ ପଡିଲା ବାଂଲାଦେଶ; ଏବେ ପତ୍ରକାରଙ୍କ ଉପରେ ରୋକ୍ ଲଗାଇଲା ICC

Posted on January 27, 2026

୨୦୨୬ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ବାଂଲାଦେଶ କ୍ରିକେଟ ଟିମ୍ ଏଥିରୁ ବାଦ୍ ପଡିସାରିଛି। ତେବେ କେବଳ ଖେଳାଳି ନୁହଁନ୍ତି, ଆଇସିସି (ICC) ଏବେ ବାଂଲାଦେଶୀ ସ୍ପୋର୍ଟସ୍ ଜର୍ଣ୍ଣାଲିଷ୍ଟ ବା ପତ୍ରକାରଙ୍କ ଉପରେ ମଧ୍ୟ କଡ଼ା ନିଷ୍ପତ୍ତି ନେଇଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ବାଂଲାଦେଶୀ ପତ୍ରକାରମାନଙ୍କୁ ଏହି ମେଗା ଇଭେଣ୍ଟର କଭରେଜ୍ ପାଇଁ ଆକ୍ରିଡେଟେସନ (Accreditation) ଦେବାକୁ ମନା କରିଦେଇଛି ଆଇସିସି। ଏହି କଟକଣା କେବଳ ଭାରତରେ ହେବାକୁ ଥିବା ମ୍ୟାଚ୍ ପାଇଁ ନୁହେଁ, ବରଂ ଶ୍ରୀଲଙ୍କାରେ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକ ପାଇଁ ମଧ୍ୟ ଲାଗୁ ହେବ।
ଘଟଣାକ୍ରମ ଅନୁଯାୟୀ, ବାଂଲାଦେଶ କ୍ରିକେଟ ବୋର୍ଡ ସୁରକ୍ଷା କାରଣ ଦର୍ଶାଇ ଭାରତ ଗସ୍ତ କରିବାକୁ ମନା କରିଥିଲା। ବାଂଲାଦେଶ ଚାହୁଁଥିଲା କି ସେମାନଙ୍କର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ। କିନ୍ତୁ ଆଇସିସି ଏହି ଦାବିକୁ ଯାଞ୍ଚ କରିବା ପରେ ଭାରତରେ ସୁରକ୍ଷା ସମ୍ବନ୍ଧୀୟ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଥିଲା। ଆଇସିସି ପକ୍ଷରୁ ବାଂଲାଦେଶକୁ ଅଲ୍ଟିମେଟମ ଦିଆଯାଇଥିଲା ଯେ, ସେମାନଙ୍କୁ ଭାରତ ଆସି ଖେଳିବାକୁ ହେବ, ନଚେତ ସେମାନେ ବିଶ୍ୱକପ୍‌ରୁ ବାଦ୍ ପଡ଼ିବେ। ବାଂଲାଦେଶ ନିଜ ଜିଦ୍‌ରେ ଅଟଳ ରହି ଭାରତ ଆସିବାକୁ ଅମଙ୍ଗ ହେବାରୁ ଶେଷରେ ସେମାନଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦିଆଯାଇଛି।
ବାଂଲାଦେଶ ବଦଳରେ ଏବେ ସ୍କଟଲାଣ୍ଡକୁ ଗ୍ରୁପ୍ ‘ସି’ (Group C) ରେ ସାମିଲ କରାଯାଇଛି। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ସ୍କଟଲାଣ୍ଡ ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲି ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ନିଜର ଗ୍ରୁପ୍ ମ୍ୟାଚ୍ ଖେଳିବ। ଏହା ପରେ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ସ୍କଟଲାଣ୍ଡ ତାର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଯଦିଓ ଆଇସିସି ପକ୍ଷରୁ ପତ୍ରକାରଙ୍କ ଉପରେ ଲଗାଯାଇଥିବା ରୋକ୍ ନେଇ କୌଣସି ଆଧିକାରିକ ବୟାନ ଜାରି ହୋଇନାହିଁ, କିନ୍ତୁ ଏହି ନିଷ୍ପତ୍ତି ବାଂଲାଦେଶ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme