Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜେମିନି ଏଆଇ ବ୍ୟବହାର କରି ୟୁଜରଙ୍କ ଡାଟା ଚୋରି ଅଭିଯୋଗ

Posted on November 13, 2025

ଦୁନିଆରେ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ। କିନ୍ତୁ ଗୁଗୁଲ ଏବେ ନିଜର ଏଆଇ ଆସିଷ୍ଟାଣ୍ଟ ‘ଜେମିନି’ ପାଇଁ ବିବାଦରେ ପଡିଛି। ୟୁଜର୍ସଙ୍କ ବ୍ୟକ୍ତିଗତ ସୂଚନା ଟ୍ରାକ୍ କରିବା ନେଇ ଗମ୍ଭୀର ଅଭିଯୋଗ ଲାଗିଛି। କାର୍ଲିଫର୍ଣ୍ଣିଆର ସେନ୍ ଜୋସ୍ ଫେଡେରାଲ୍ କୋର୍ଟରେ ଦାଖଲ ଏକ ଆବେଦନ ଅନୁସାରେ, ଗୁଗୁଲ ଜେମିନି ଏଆଇ ଆସିଷ୍ଟାଣ୍ଟର ବ୍ୟବହାର କରି ୟୁଜର୍ସଙ୍କ ବ୍ୟକ୍ତିଗତ କମ୍ୟୁନିକେସନ୍ ଡାଟା, ଯେପରିକି ଜିମେଲ, ଚାଟ୍ ଓ ମିଟ୍କୁ ଗୁପ୍ତ ଭାବରେ ଟ୍ରାକ୍ କରିଛି।

ସତ୍ୟପାଠରେ କୁହାଯାଇଛି ଯେ, ପୂର୍ବରୁ ଏହି ପ୍ଲାଟଫର୍ମରେ ୟୁଜର୍ସଙ୍କୁ ଏଆଇ ପୋଗ୍ରାମକୁ ‘ଟର୍ନ ଅନ୍’ କରିବାର ବିକଳ୍ପ ଦିଆଯାଉ ଥିଲା, କିନ୍ତୁ ଅକ୍ଟୋବର ୨୦୨୫ ରେAlphabet Incବିନା କୌଣସି ସୂଚନାରେ ଏଭଳି ଆପ୍ଲିକେସନ୍ରେ ଜେମିନିକୁ ଡିଫଲ୍ଟ ରୂପରେ ‘ଅନ୍’ କରି ଦିଆଯାଇଛି। ଏହି ପକ୍ରିୟା ୟୁଜର୍ସଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ ଡାଟା-ଇମେଲ, ଆଟାଚମେଣ୍ଟ ଓ ଚାଟ୍ ହିଷ୍ଟ୍ରି ପର୍ଯ୍ୟନ୍ତ ପହଁଞ୍ଚି ସାରିଛି।ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ, ଗୁଗୁଲ ନିଜର ୟୁଜର୍ସଙ୍କୁ ଜେମିନି ‘ଟର୍ନ ଅଫ୍’ କରିବାର ବିକଳ୍ପ ଦେଇଛି, କିନ୍ତୁ ଏହି ବିକଳ୍ପର ପ୍ରାଇଭେସି ସେଟିଂ ଭିତରେ ରହିଛି, ଯେଉଁଠି ସାଧାରଣ ୟୁଜର ପହଁଞ୍ଚିବା କଷ୍ଟକର ହୋଇଯିବ। ଯେଉଁ ପର୍ଯ୍ୟନ୍ତ ୟୁଜର ଏହି ଟୁଲ୍କୁ ମାନୁଆଲି ଡିଆକ୍ଟିଭେଟ୍ ନକରନ୍ତି, ସେ ପର୍ଯ୍ୟନ୍ତ ଗୁଗୁଲକୁ ଏହାର ସବୁ ଇ-ମେଲ୍ ଓ ଆଟାଚମେଣ୍ଟ ପର୍ଯ୍ୟନ୍ତ ଆକ୍ସେସ ରହିବ।

ଆବେଦନକାରୀ ଅଭିଯୋଗ କରିଛନ୍ତି, ଗୁଗୁଲ ୧୯୬୭ ରେ ତିଆରି“California Invasion of Privacy Act”ର ଉଲଂଘନ କରାଯାଇଛି। ଏହି ଆଇନ ବିନା ସବୁ ପକ୍ଷର ସହମତିର ବ୍ୟକ୍ତିଗତ ଖବରର ରେକର୍ଡ କିମ୍ବା ଆକ୍ସେସ କରିବା ଉପରେ କଟକଣା ଲଗାଇଥାଏ। ଉଲ୍ଲେଖନୀୟ ଯେ, ଜେମିନି ହେଉଛି ଗୁଗୁଲର ଆଡଭାନ୍ସ ଏଆଇ ଆସିଷ୍ଟାଣ୍ଟ। ଏହାକୁ ଚାଟିଂ, ଇମେଲ, କମ୍ପୋଜିଂ, ମିଟିଂ ସମରୀ ଓ ଡାଟା ବିଶ୍ଲେଷଣ ଭଳି କାର୍ଯ୍ୟ ପାଇଁ ତିଆରି କରାଯାଇଛି। କମ୍ପାନୀର କହିବା ଅନୁସାରେ, ‘ଜେମିନି’ ୟୁଜର୍ସଙ୍କ ସୁବିଧା ପାଇଁ ତିଆରି କରାଯାଇଛି, କିନ୍ତୁ ଏବେ ଏହା ଉପରେ ପ୍ରାଇଭେସି ଉଲଂଘନର ଗମ୍ଭୀର ଅଭିଯୋଗ ଲାଗି ସାରିଛି। କୋର୍ଟ ଗୁଗୁଲକୁ ନୋଟିସ୍ ଜାରି କରି ଏହି ମାମଲାରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ସେ କହିଛନ୍ତି, ଅଭିଯୋଗ ଯଦି ପ୍ରମାଣିତ ହୁଏ, ତେବେ ଏହି ମାମଲା ନା କେବଳ ଗୁଗୁଲ ପାଇଁ ବଡ଼ ଝଟକା ପ୍ରମାଣିତ ହେବ, ବଂର ଏଆଇ ଡାଟା ପ୍ରାଇଭେସିକୁ ନେଇ ବିବାଦର ନୂଆ ମୋଡ ତିଆରି ହୋଇପାରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme