Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର କୃଷକ ମଞ୍ଚର ଧାରଣା

Posted on December 24, 2025

ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି l

ବିଭିନ୍ନ ଜିଲାର ମଣ୍ଡି ଓ ଧାନ ଖଳାରେ ଚାଷୀମାନଙ୍କ ଧାନ ପଡିରହିଥିଲେ ମଧ୍ୟ ପ୍ରଶାସନ ଧାନ କିଣୁ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହୋଇନାହିଁ। ଏହି ଘଟଣାକୁ ନେଇ ବଲାଙ୍ଗୀର ଜିଲାର ବିଭିନ୍ନ ଚାଷୀ ସଙ୍ଗଠନ ମିଳିତ କୃଷକ ମଞ୍ଚର ଆବାହକତ୍ୱରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି l

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ବାଳ ଗୋପାଳ ମିଶ୍ର, କୃଷକ ମହାସଙ୍ଘ ଆବାହକ ଆକାଶ ମିଶ୍ର ଓ ଜିଲା କୃଷକ ମହାସଂଘର ଉପସଭାପତି ସୌମେନ୍ଦ୍ର ପରିଚ୍ଛା, ଜିଲା କୃଷକ ମହାସଙ୍ଗ ସଭାପତି ଯତୀ ପ୍ରଧାନ, ପଶ୍ଚିମ ଓଡ଼ିଶା ଚାଷୀ ନେତା ବାଳକୃଷ୍ଣ ଷାଣ୍ଢ ଓ ଅନ୍ୟ ଚାଷୀ ନେତା ଧାରଣାରେ ବସିଛନ୍ତି। ସାତ ଦିନ ମଧ୍ୟରେ ଧାନ କିଣା ପ୍ରକ୍ରିୟା ସୁରୁଖୁରୁରେ କରା ନ ଗଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନକୁ ଚାଷୀ ଓହ୍ଲାଇବେ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ଅବସରରେ ମିଳିତ କୃଷକ ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କୁ ବଲାଙ୍ଗୀର ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀଙ୍କୁ ୧୨ଦଫା ଦାବିପତ୍ର ପ୍ରଦାନ କରାଯାଇଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme