
ପାରାଦୀପ ବନ୍ଦରରେ ଅଘଟଣ। ଜାହାଜରେ ଲାଗିଲା ନିଆଁ। ଇକୋ କୋଲୋନିଲ ଜାହାଜରେ ନିଆଁ ଲାଗିଥିବା ଜଣାପଡିଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ସିଆଇଏସଏଫର ଅଗ୍ନିଶମ ବିଭାଗ।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପାରାଦୀପ ବନ୍ଦରରେ ଥିବା ଇକୋ କୋଲୋନିଲ ଜାହାଜରେ ଲାଗିଯାଇଥିଲା ନିଆଁ । କୋଇଲା ବୋଝେଇ ଜାହାଜରେ ଲୋଡିଂ ବେଳେ ନିଆଁ ଲାଗିଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ସିଆଇଏସଏଫ ବାହିନୀକୁ ଖବର ଦିଆଯାଇଥିଲା । ତୁରନ୍ତ ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।
