Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାରି ହେଲାନି ‘ଇଚ୍ଛାମୃତ୍ୟୁ’ ମାର୍ଗଦର୍ଶିକା; ପୁନର୍ବିଚାର ପାଇଁ ଆଇନ ବିଭାଗକୁ ନିର୍ଦ୍ଦେଶ

Posted on December 17, 2025

‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ରଖାଯାଇଥିଲା। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ୧୦ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ‘ଇଚ୍ଛାମୃତ୍ୟୁ’ ସଂକ୍ରାନ୍ତରେ ଗାଇଡ୍ଲାଇନ୍ ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ତେବେ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଆଇନ ବିଭାଗକୁ ପଠାଯାଇଛି। ଆଇନ ବିଭାଗ ଏହା ଉପରେ ତର୍ଜମା କରୁଛି ବୋଲି ସରକାର ହାଇକୋର୍ଟଙ୍କୁ ଅବଗତ କରିଥିଲେ।ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟ ଆସନ୍ତା ଜାନୁଆରୀ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। ସେହିଦିନ ରାଜ୍ୟ ସରକାର ଇଛା ମୃତ୍ୟୁ ସଂକ୍ରାନ୍ତ ଗାଇଡ୍ଲାଇନ୍ ସଂପର୍କରେ ତାଙ୍କ ନିଷ୍ପତ୍ତି ଜଣାଇବେ।

ଆଇନଜୀବୀ ତଥା ସଂସ୍କାରବାଦୀ କହ୍ନେୟାଲାଲ ଶର୍ମାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ପିଟିସନ୍‌ରେ ଉଲ୍ଲେଖ କରିଥିଲେ ଯେ, ଅନେକ ସମୟରେ କିଛି ରୋଗୀଙ୍କୁ ଆରୋଗ୍ୟ କରିବାରେ ଡାକ୍ତରମାନେ ବିଫଳ ହୋଇଥାନ୍ତି। ଏଭଳି କ୍ଷେତ୍ରରେ ଯନ୍ତ୍ରଣାରେ ଛଟପଟ ରୋଗୀଙ୍କୁ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡ଼େ। ଏହିଭଳି କିଛି ଲୋକ ଯନ୍ତ୍ରଣାରେ ଛଟପଟ ହେବା ଅପେକ୍ଷା ଇଚ୍ଛାମୃତ୍ୟୁ ଲୋଡ଼ନ୍ତି । ଏନେଇ ସୁପ୍ରିମ ଏକ ମାମଲା ରୁଜୁ ହୋଇଥିଲା । ସୁପ୍ରିମ୍କୋର୍ଟ ଏଭଳି କ୍ଷେତ୍ରରେ ଇଚ୍ଛା ମୃତ୍ୟୁକୁ ଆଇନଗତ ଭାବେ ବୈଧ ବୋଲି ଦର୍ଶାଇବା ସହ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ଏକ ଗାଇଡ୍ଲାଇନ୍ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ କୌଣସି ଗାଇଡ୍ଲାଇନ୍ ଜାରି କରିନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme