୨୦ ଆହତ

ସିମୁଳିଆ : ପୁରୀରୁ ମେଦିନପୁର ଯାଉଥିବା ତୀର୍ଥ ଯାତ୍ରୀ ବସଜାମୁ ଝାଡ଼ି ତାରିଣୀ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ୨୦ରୁ ଉର୍ଦ୍ଧ ଯାତ୍ରୀ
ଆହତ, ୫ ଗୁରୁତର ଅବସ୍ଥା ରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପୁରୀ ଜଗନ୍ନାଥ ଦର୍ଶନ ସାରି ରୁ ପଶ୍ଚିମବଙ୍ଗ ର ମେଦିନୀପୁରକୁ ୬୫ଜଣ ଯାତ୍ରୀକୁ ନେଇ ଯାଉଥିବା ଘରୋଇ ତାରିଣୀ ଟ୍ରାଭେଲ ବସ ଟି ୧୬ନଂ ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା, ଫଳରେ ବସ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ସିମୁଳିଆ ଆଇଆଇସି ଶ୍ରବଣ କୁମାର ମହାରଣା ଖବର ପାଇ ଯାତ୍ରୀ ମାନଙ୍କୁ ସିମୁଳିଆ, ସୋର ଓ ବାଲେଶ୍ୱର ମେଡିକାଲ କୁ ପଠାଇଥିଲେ l ଡ୍ରାଇଭର କୁ ନିଦ ଆସିଯାଇଥିବା ଯୋଗୁଁ ଏହି ଭଳି ବଡ଼ ଦୁର୍ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି l ସମସ୍ତ ଯାତ୍ରୀ ମେଦିନୀପୁର ହୋଇଥିବା ବେଳେ ସୁସ୍ଥ ଥିବା ଯାତ୍ରୀ ମାନଙ୍କୁ ଅନ୍ୟ ଏକ ଗାଡି ମାଧ୍ୟମରେ ତାଙ୍କ ଗନ୍ତବ୍ୟ ସ୍ଥଳ କୁ ପଠାଇବା ର ବ୍ୟବସ୍ଥା କରୁଛନ୍ତି ପୋଲିସ l

