Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାଣନ୍ତୁ ଦେବ ଦୀପାବଳୀର ମହାତ୍ମ୍ୟ

Posted on November 19, 2025

ବୁଧବାରଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ପାଳନ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ତେବେ ଆସନ୍ତୁ ଜାଣିବା ଏହି ଦେବ ଦୀପାବଳୀର କଣ ରହିଛି ମହତ୍ତ୍ୱ । ନିରାକାର ପରମବ୍ରହ୍ମ ଯିଏ ସକଳ ସୃଷ୍ଟିର ଆଧାର ଅଟନ୍ତି। ଯିଏ ବ୍ରହ୍ମା ବିଷ୍ଣୁ ମହେଶ୍ଵରଙ୍କ ତତ୍ତ୍ଵ ଠାରୁ ଉର୍ଦ୍ଧ୍ବରେ। ଯିଏ ସତ୍ତ୍ଵ, ରଜ, ତମ ଗୁଣରେ ସୃଷ୍ଟିର ପରିଚାଳନା କରିଥାନ୍ତି। ସେ ସୃଷ୍ଟିର ରକ୍ଷା ନିମନ୍ତେ ନାନା ରୂପ ଧାରଣ କରନ୍ତି। ଯୋନି ଜନ୍ମା ପୁଣି କେତେବେଳେ ଅଯୋନି ସମ୍ଭୂତ ହୁଅନ୍ତି। ଯାହା ମାୟା ଧାତା, ଶଙ୍କରେ ଅଗୋଚର ସେ ସଂସାର ହିତରେ ନାନାଦି ଲୋକଲୀଳା କରିଥାନ୍ତି। ସେଥିମଧ୍ୟରୁ ମାର୍ଗଶିରରେ ଶ୍ରାଦ୍ଧ ଅନ୍ୟତମ ଲୋକଲୀଳା।

ଚତୁର୍ଯୁଗରେ ଜନ୍ମ ହୋଇଥିବା ସ୍ମୃତିରେ ନିଜର ମାତାପିତାଙ୍କୁ ଶ୍ରଦ୍ଧାରେ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ବାମନ, ପର୍ଶୁରାମ, ରାମ, ବଳରାମ, କୃଷ୍ଣ, ଜଗନ୍ନାଥ ଓ ସ୍ଵୟଂ ପୁରୁଷୋତ୍ତମ ଚତୁର୍ଦ୍ଧା ମୂର୍ତ୍ତି ରୂପେ ନିଜର ପିତା ମାତାଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ମହାପ୍ରଭୁ ତିନି ଦିନରେ ନିଜ ସହଧର୍ମିଣୀ ମାନଙ୍କ ସଙ୍ଗେ ନିଜ ପିତାମାତାଙ୍କ ସ୍ମୃତିରେ ଦେବ ଦୀପାବଳୀ ପାଳନ କରିଥାନ୍ତି। ଏଥିରୁ ଅନୁମେୟ ହୁଏ ସ୍ଵୟଂ ଭଗବାନଙ୍କର ନିଜ ପିତାମାତାଙ୍କୁ କେତେ ଶ୍ରଦ୍ଧା। ପିତାମାତାଙ୍କ ସ୍ଥାନ ସର୍ବୋପରି ଏଥିରୁ ଶିକ୍ଷା ମିଳେ।।ଶ୍ରୀମନ୍ଦିର ଅନନ୍ୟ ପରମ୍ପରାରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିତ୍ୟ ମାନବୀୟ ଲୀଳା କାରୁଛନ୍ତି। ନିଜର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ,ଦଶରଥ-କୋଶଲ୍ୟା-କୈକୟୀ-ସୁମିତ୍ରା , ନନ୍ଦ-ଯଶୋଦା , ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ- ରାଣୀ ଗୁଣ୍ଡିଚା ଙ୍କ ଉଦେଶ୍ୟ ରେ ଦୀପଦାନ କରାଯାଇଥାଏ।

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଦିନ ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ, ଅମାବସ୍ୟା ଦିନ ରାଜା ଦଶରଥ, କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ, ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି ।।ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ୱୟଂ ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହା “ଦେବ ଦୀପାବଳୀ” ଓ “ଶ୍ରାଦ୍ଧବେଶ” ନାମରେ ପ୍ରସିଦ୍ଧ ।ପ୍ରଥମ ଦିନରୁ ଦୀପାବଳୀ ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳୀ ଉତ୍ସବ ପାଳନ କରାଯାଏ । ଆଜିଠାରୁ ୩ ଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି ।

ପ୍ରଥମ ଦିବସ – ମହାପ୍ରଭୁ ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ଏହାଙ୍କ ସ୍ଵାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି ।ମାର୍ଗଶୀର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ରେ ସନ୍ଧ୍ୟା ଧୂପ ବଢ଼ିବା ପରେ ସୁଧୁସୁଆର ସିଂହାସନ ତଳେ ପାଣି ପକାଇ ସଫା କରିଥାନ୍ତି । ତତ୍ପରେ ପୋଛା ମାରିଥାନ୍ତି। ଏହାପରେ ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ସିଂହାସନ ତଳେ କରିଥାନ୍ତି। ପାଳିଆ ମେକାପ ବଇଠା ମାନଙ୍କରେ ଘିଅ ଦେଇ ଉକ୍ତ ଚାଉଳ ଗଛ ମାନଙ୍କରେ ବତୀ ଲଗାଇଥାନ୍ତି । ୩ ଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛଗୁଡିକ ସଂସ୍କାର କରି ପାଣି ଛଡ଼ାଇବା ପରେ ପଣ୍ଡା , ପତି ମହାପାତ୍ର , ମୁଦିରସ୍ତ ପ୍ରମୁଖ ସେବକ ତ୍ରୟ ସିଂହାସନ ଉପରକୁ ଉଠି ତିନିକୁଆେଡ ବାଡ଼ରେ ବନ୍ଦାପନା କରିଥାନ୍ତି।

ତତ୍ପରେ ୩ ଗୋଟି ମହାଦୀପ ରେ ବନ୍ଦାପନା ହୋଇଥାଏ। ଏହି ସମୟରେ ତିନି ଜଣ ପାଳିଆ ପୂଜାପଣ୍ଡା ଉକ୍ତ ମହାଦୀପ କୁ ହାତରେ ଧରି ଜୟ ବିଜୟ ଦ୍ୱାର ଭିତର ପାଖେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି। ଏ ପରେ ମହାଦୀପ କଳସ ଧରି ପାଳିଆ ଚୁନରା ଙ୍କୁ ପ୍ରଦାନ କରିଥାନ୍ତି। ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ , ଘିଅ ନେଇ ଅଁଳା ବେଢ଼ା ଉପରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ରଉଡ଼ିଆ ଜାଳି ଗଜପତି ମହାରାଜଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି।ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଏକ ସ୍ୱତନ୍ତ୍ର ବେଶ ହୋଇଥାଏ । ଏହା ଶ୍ରାଦ୍ଧ ବେଶ ନାମରେ ପରିଚିତ । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିହିତ ହୋଇଥାନ୍ତି। କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ। ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଏହି ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇବା ସହ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଇଥାନ୍ତି ।

ଏହାବ୍ୟତୀତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିରଦେଶରେ ଶ୍ରୀକାପଡା ବସ୍ତ୍ରରେ ଆବୃତ କରାଯାଏ । ଚାଦରଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଈଧଡ଼ିଆ ଲୁଗା କୁହାଯାଏ । ଏହି ବେଶରେ ଶ୍ରୀଜୀଉମାନେ ତଡକୀ , କୁଣ୍ଡଳ , ନଳି ଭୁଜ , ଚନ୍ଦ୍ର ସୂର୍ଯ୍ୟ , ଆଡ଼କାନି , କମରପଟି , ହରିଡ଼ା ମାଳି ଆଦି ସ୍ବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। ଏହି ଦେବ ଦୀପାବଳୀ ନୀତି ଉପଲକ୍ଷେ ଶ୍ରୀମନ୍ଦିର ଦୀପମାଳାରେ ସୁସଜିତ ହୋଇଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme