Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାଡ଼ରେ ଥରୁଛି ଓଡ଼ିଶା : ଆହୁରି ଦୁଇ ସପ୍ତାହ ଶୀତ ଲହରି

Posted on December 12, 2025

ଆସନ୍ତା ଦୁଇ ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ । ୧୨ରୁ ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ । ସେହିଭଳି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବା ସହ ଶୀତ ଲହରି ବି ବହିପାରେ । ଆଗକୁ ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ତାର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି । ଶୁକ୍ରବାର ଓ ଶନିବାର (୧୨ ଓ ୧୩ ତାରିଖ)ରେ ରାଜ୍ୟର ବିକ୍ଷିପ୍ତସ୍ଥାନରେ ଶୀତ ଲହରି ବହିପାରେ ବୋଲି ଆଇଏମ୍‌ଡି କହିଛି । ଘନ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇପାରେ । ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳରେ ଶୀତ ଲହରି ବହିବ ।

ଏ ବର୍ଷ ପ୍ରଥମଥର ପାଇଁ ଶୀତ ୩ ଡିଗ୍ରୀ ଛୁଇଁଛି । ସେମିଳିଗୁଡ଼ାରେ ରାତି ତାପମାତ୍ରା ସବୁଠୁ କମ୍ ବା ୩.୫ ଡିଗ୍ରୀ ରେକର୍ଡ ହୋଇଛି । ଏହା ରାଜ୍ୟର ସବୁଠୁ କାଲୁଆ ଅଞ୍ଚଳ ପାଲଟିଛି । ଅସହ୍ୟ ଶୀତରେ ଲୋକେ ତ୍ରାହି ତ୍ରାହି ଡାକିଛନ୍ତି । ଜି. ଉଦୟଗିରିରେ ପାରଦ ୪ ଡିଗ୍ରୀ ରେକର୍ଡ ହୋଇଛି । ୧୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଫୁଲବାଣୀରେ ୫.୨ ଡିଗ୍ରୀ, ଚିପିଲିମାରେ ୬.୧, ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୮, ଦାରିଙ୍ଗବାଡ଼ିରେ ୭, ଭବାନୀପାଟଣା ଓ ଅନୁଗୁଳରେ ୮, କିରେଇରେ ୮.୧, ନବରଙ୍ଗପୁରରେ ୮.୬, କୋରାପୁଟ ଓ ବଲାଙ୍ଗିରରେ ୯.୩, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୯.୬ ଓ ସୋନପୁରରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଟ୍ୱିନ୍ ସିଟି କଟକରେ ୧୧.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୧୧.୮ ଡିଗ୍ରୀ ରହିଥିଲା ।

ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୮ ଡିଗ୍ରୀ କମ୍ ରହିଥିଲା । ଅନୁଗୁଳରେ ୬.୨, ଭୁବନେଶ୍ୱରରେ ୪.୧, ଫୁଲବାଣୀରେ ୪ ଡିଗ୍ରୀ, ଗୋପାଳପୁରରେ ୩.୨, କଟକରେ ୩, ହୀରାକୁଦରେ ୨.୭, ପୁରୀରେ ୨, ବାରିପଦାରେ ୧.୬, ଚାନ୍ଦବାଲି ଓ ବାଲେଶ୍ୱରରେ ସ୍ୱାଭାବିକଠାରୁ ୧.୫ ଡିଗ୍ରୀ କମ୍ ରେକର୍ଡ ହୋଇଛି । ରାଉରକେଲାରେ ଦୃଶ୍ୟମାନ ଦୂରତା ୭୦ମିଟର ତଳକୁ ଖସି ଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme