Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜର୍ମାନୀ ପଳାଇଲେ ରାହୁଲ, ରାହୁଲ-ପ୍ରିୟଙ୍କାଙ୍କ ଚାଲିଛି ବିବାଦ

Posted on December 17, 2025

କଂଗ୍ରେସରେ ଆରମ୍ଭ ହୋଇଛି ଅନ୍ତରୀଣ ବିବାଦ। ତେବେ ଏହି ବିବାଦ କୌଣସି ନେତାଙ୍କ ଭିତରେ ନୁହେଁ ବଂର ଭାଇ-ଭଉଣୀଙ୍କ ଭିତରେ। ସବୁବେଳେ କୁଲ୍ ଅନ୍ଦାଜରେ ଦେଖାଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭିତରେ ଚାଲିଛି ବିବାଦ। ଏବେ ଟିମ୍ ପ୍ରିୟଙ୍କା ବନାମ ଟିମ୍ ରାହୁଲ ଖୋଲାଖୋଲି ସାମାନକୁ ଆସିଛନ୍ତି। କଂଗ୍ରେସର ଏହି ଆଭ୍ୟନ୍ତରୀଣ ବିବାଦ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ। ସେ କହିଛନ୍ତି, ଲୋକସଭାର ବିରୋଧି ଦଳ ନେତା ପରିବାର ସହ ଝଗଡା କରି ବିଦେଶ ଯାଇଛନ୍ତି।

ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ବିଟ୍ଟୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇ ଭାଇ-ଭଉଣୀଙ୍କ ଭିତରେ ଏବେ ସମ୍ପର୍କ ଭଲ ନାହିଁ।  ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭାଷଣକୁ ନେଇ ତୁଳନା କରାଯାଉଛି। ଏହାକୁ ନେଇ ରାହୁଲ ଖୁବ୍ ଅସନ୍ତୁଷ୍ଟ। ଏହି କାରଣରୁ ସେ ପରିବାର ସହ ଝଗଡା କରି ବିଦେଶ ଚାଲିଯାଇଛନ୍ତି। ‘ଭିବି ଜି ରାମ ଜି’ ବିଲ୍ ବିରୋଧରେ କଂଗ୍ରେସ ପାର୍ଟି ଦେଶବ୍ୟାପି ବିରୋଧ ପ୍ରଦର୍ଶନ କରୁଛି। ଏହାକୁ ନେଇ ରଭନୀତ ସିଂହ ବିଟ୍ଟୁ କହିଛନ୍ତି, ତାଙ୍କ ପାଖରେ ପ୍ରଦର୍ଶନ କରିବାକୁ ଲୋକ ଅଛନ୍ତି ତ ? ତାଙ୍କୁ ମହାତ୍ମା ଗାନ୍ଧୀଙ୍କୁ ନେଇ କୌଣସି ଲେଣଦେଣ ନାହିଁ । ତାଙ୍କୁ କେବଳ ଗାନ୍ଧୀ ସରନେମ୍ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ଇନ୍ଦିରା ଗାନ୍ଧୀ,ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଏହି ଗାନ୍ଧୀକୁ ନେଇ ସମସ୍ୟା। ବିଟ୍ଟୁ କହିଛନ୍ତି, ଏହି ଲୋକମାନେ ସେହି ଗାନ୍ଧୀଙ୍କୁ ଭୁଲି ସାରିଛନ୍ତି, ଯାହାକି ତାଙ୍କ ନାଁ ସହ ଯୋଡି ହୋଇ ଅଛି। ଏମାନେ ତାକୁ ପ୍ରତ୍ୟାଖାନ ମଧ୍ୟ କରିସାରିଛନ୍ତି। ବାପୁ ଗାନ୍ଧୀ ଥିଲେ ଓ ରହିବେ। ରାହୁଲ ଗାନ୍ଧୀ କେଉଁଠି ଅଛନ୍ତି ? ତାଙ୍କ ଫଟୋ ଜର୍ମାନୀରେ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି, ଯିଏକି ଦେଶ ପାଇଁ ସୁନାମ ଅର୍ଜନ କରୁଛନ୍ତି, କିନ୍ତୁ ରାହୁଲ କେବଳ ବିଭିନ୍ନ ଦେଶକୁ ବୁଲିବାକୁ ଯାଆନ୍ତି।

ରାହୁଲ ଗାନ୍ଧୀ ବର୍ତ୍ତମାନ ଡିସେମ୍ବର ୧୫ ରୁ ୨୦ ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଅଛନ୍ତି। ସେ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ (IOC) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବର୍ଲିନରେ ଅଛନ୍ତି। ସେଠାରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ, ଜର୍ମାନ ସରକାରଙ୍କ ମନ୍ତ୍ରୀମାନଙ୍କ ସହିତ ସାକ୍ଷାତ କରିବେ ଏବଂ ୟୁରୋପୀୟ ଦେଶଗୁଡ଼ିକର IOC ପ୍ରତିନିଧିମାନଙ୍କ ସହିତ ସାକ୍ଷାତ କରିବେ। ତାଙ୍କର ଏହି ଗସ୍ତ ସଂସଦର ଶୀତକାଳୀନ ଅଧିବେଶନ ସମୟରେ ହେଉଛି, ଯାହା ଆହୁରି ବିବାଦ ସୃଷ୍ଟି କରୁଛି।

ବିଟ୍ଟୁଙ୍କ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ୍ ପୁନାୱାଲା ଲେଖିଥିଲେ, ଟିମ୍ ପ୍ରିୟଙ୍କା ବନାମ ଟିମ୍ ରାହୁଲ ଖୋଲାଖୋଲି ସାମନାକୁ ଆସିଛନ୍ତି। କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ଏବେ ବାହାରକୁ ଆସିଛି। ପୁନାୱାଲା ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୁକିମଙ୍କ ଚିଠି କଥା ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଓଡ଼ିଶା କଂଗ୍ରେସ ଭିତରେ ନେତୃତ୍ୱ ପ୍ରତି ମଧ୍ୟ ଅସନ୍ତୋଷ ରହିଛି। ମୁକିମ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ‘ଖଡଗେ ହଟାନ୍ତୁ, ପ୍ରିୟଙ୍କାଙ୍କୁ ଆଣନ୍ତୁ’ ଦାବି କରିଛନ୍ତି। କଂଗ୍ରେସ ନେତା ଦଳ ଭିତରେ ଆଦର୍ଶ ଏବଂ ସାଂଗଠନିକ ସଂସ୍କାରର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ତଥାପି, ଏହି ଗୁରୁତର ଅଭିଯୋଗ ଏବଂ ଦାବି ସତ୍ତ୍ୱେ, କଂଗ୍ରେସ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।

ଉଲ୍ଲେଖଯୋଗ୍ୟ, ବିଟ୍ଟୁ ଏବଂ ପୁନାୱାଲା ଉଭୟ କଂଗ୍ରେସ ଦଳ ସହିତ ସେମାନଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ବିଟ୍ଟୁ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ବିଅନ୍ତ ସିଂହଙ୍କ ନାତି। ରାହୁଲ ଗାନ୍ଧୀ ତାଙ୍କୁ ଖୁବ୍ ପସନ୍ଦ କରୁଥିଲେ। ରାହୁଲ ପଞ୍ଜାବ ରାଜନୀତିରେ ଆଗକୁ ବଢାଇ ତାଙ୍କୁ ଅଧ୍ୟକ୍ଷ ମଧ୍ୟ କରିଥିଲେ। ପଞ୍ଜାବର ବଦଳୁଥିବା ରାଜନୈତିକ ସ୍ଥିତି ଭିତରେ ଗତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନ ପୂର୍ବରୁ ରଭନୀତ ସିଂହ ବିଜେପିରେ ସାମିଲ ହୋଇଯାଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme