Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜଗନ୍ନାଥ ସଂସ୍କୃତି ସହ ଖେଳ! ସୋସିଆଲ ମିଡିଆରେ ଘୁରି ବୁଲୁଛି ବିବାଦୀୟ ଏଆଇ ଭିଡି

Posted on January 20, 2026

ସୋସିଆଲ ମିଡିଆରେ ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ବିବାଦୀୟ ଏଆଇ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କର ଏକ ବିଶାଳ ବିଗ୍ରହ ବିରାଜମାନ କରିଛନ୍ତି ଏବଂ କ୍ରେନ୍ ସାହାଯ୍ୟରେ ତାଙ୍କ ଉପରେ କ୍ଷୀର ଢଳାଯାଉଛି। କେବଳ ସେତିକି ନୁହେଁ, ଭିଡିଓରେ ମହାପ୍ରଭୁଙ୍କ ପାଦ ମଧ୍ୟ ଦର୍ଶାଯାଇଛି, ଯାହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସଂପୂର୍ଣ୍ଣ ବିରୋଧୀ। ଏହି ଭିଡିଓ ଭାଇରାଲ ହେବା ପରେ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି।
ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁ କେବଳ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରନ୍ତି ଏବଂ କେବଳ ରଥଯାତ୍ରା ସମୟରେ ହିଁ ସିଂହଦ୍ୱାର ବାହାରକୁ ଆସନ୍ତି। ଜଗନ୍ନାଥଙ୍କ ଉପରେ କ୍ରେନ୍‌ରେ ଦୁଗ୍ଧ ଢାଳିବା ଭଳି କୌଣସି ବିଧି ବା ନୀତି ଶ୍ରୀମନ୍ଦିର ପରମ୍ପରାରେ ନାହିଁ। ଏହି କୃତ୍ରିମ ଭିଡିଓ କେବଳ ଭ୍ରମ ସୃଷ୍ଟି କରୁନାହିଁ, ବରଂ କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଉଛି। ପ୍ରଶ୍ନ ଉଠୁଛି, କେବଳ ‘ଭିୟୁ’ ବଢ଼ାଇବା ପାଇଁ ଏଭଳି ଅବାସ୍ତବ ଦୃଶ୍ୟ ପ୍ରସ୍ତୁତ କରିବା କେତେଦୂର ଯୁକ୍ତିଯୁକ୍ତ?

ସୋସିଆଲ ମିଡିଆରେ ଶ୍ରୀମନ୍ଦିରକୁ ନେଇ ବିଭିନ୍ନ ସମୟରେ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ କରାଯାଉଛି। କିଛି ଦିନ ପୂର୍ବରୁ ଜଣେ ୟୁଟ୍ୟୁବର ଶ୍ରୀମନ୍ଦିରକୁ ନେଇ ଭୁଲ ତଥ୍ୟ ଦେଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଏକ ଯାଞ୍ଚ କମିଟି ଗଠନ କରାଯାଇଥିଲା। ସେହିପରି ଗତବର୍ଷ ଏକ ବିଦେଶୀ ଇ-କମର୍ସ ସାଇଟରେ ଜଗନ୍ନାଥଙ୍କ ଫଟୋ ଥିବା ପୋଛା ବିକ୍ରି ହେବା ପରେ ମଧ୍ୟ ବଡ଼ ବିବାଦ ଦେଖାଦେଇଥିଲା।

ଏହି ସାମ୍ପ୍ରତିକ ଏଆଇ ଭିଡିଓ ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ଅଭିଯୋଗ (FIR) ଦାୟର କରାଯାଇଛି। ‘vishvrajcreation’ ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଏହି ଅଭିଯୋଗ ହୋଇଛି। ସରକାର ଏବଂ ପୋଲିସ ପ୍ରଶାସନ ଏହି ଭିଡିଓକୁ ହଟାଇବା ସହ ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଏଆଇ ବା କୃତ୍ରିମ ବୁଦ୍ଧିମତାର ଅପବ୍ୟବହାର କରି ପରମ୍ପରାକୁ କଦର୍ଥ କରିବା ଏବଂ ଧାର୍ମିକ ଭାବନା ସହ ଖେଳିବା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme