Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜଗତସିଂହପୁରର ପୂର୍ବତନ ବିଧାୟକଙ୍କ ପରଲୋକ

Posted on October 4, 2025

ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି
ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ ଅନର
ଜଗତସିଂହପୁର : ଜଗତସିଂହପୁରର ପୂର୍ବତନ ବିଧାୟକ କୃଷ୍ଟଚନ୍ଦ୍ର ମଲିକଙ୍କର ଗତକାଲି ପୂର୍ବାହ୍ନରେ ତାଙ୍କ ପୁନଙ୍ଗସ୍ଥିତ ବାସ ଭବନରେ ୯୦ ବର୍ଷ ବୟସରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ପରଲୋକ ଖବର ପାଇ ବିଧାୟକ ଅମରେନ୍ଦ ଦାସ, ସାଂସଦ ବିଭୂ ପ୍ରସାଦ ତରାଇ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ, ଜିଲ୍ଲା କଂଗ୍ରସ ସଭାପତି ଦେବ ପ୍ରସାଦ ନାୟକ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ,ପୂର୍ବ ବିଧାୟକ କୈଳାସ ମଲ୍ଲିକ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ , ସମାଜସେବୀ ସୁଦର୍ଶନ ବେହେରା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ପୂର୍ବତନ ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ଯୁବନେତା ତ୍ରିପୁରେଶ୍ବର ମଲ୍ଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜୋସ୍ନାରାଣି ମଲ୍ଲିକ ,ବଡପୁଅ ସୁବ୍ରତ ମଲ୍ଲିକ, ସାନପୁଅ ସଂଜୀବ ମଲ୍ଲିକ,ଭଣଜା ଦେବେନ୍ଦ୍ର ମଲ୍ଲିକ, ଚାରି ଝିଅ ଜ୍ୱାଇଁ,ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ମଲ୍ଲିକ ଜଣେ ଲୋକପ୍ରିୟ ସଂଗଠକ ଏବଂ ଆଧ୍ୟାତ୍ମିକ ଚେତନା ବାଦୀ ବ୍ୟକ୍ତିତ୍ଵ ଥିଲେ । ସେ ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ଜଗତସିଂହପୁର ସଂରକ୍ଷିତ ବିଧାନସଭା ଆସନରୁ କଂଗ୍ରେସ ଦଳରୁ ଓଡିଶା ବିଧାନସଭାକକୁ ପ୍ରତିନିଧିତ୍ୱ କରିଥିଲେ। ଆଜି ତାଙ୍କର ମର ଶରୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଶୋକପ୍ରକାଶ କରିବା ସହ ତାଙ୍କ ଅମରଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ସୂଚନା ଓ ଲୋକସମ୍ପର୍କ ବିଭାଗର ଦିବାକର ପାତ୍ର ତଥା ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଅମର ଆତ୍ମା ଙ୍କ ସଦଗତି କାମନା କରିଥିଲେ। ସ୍ବର୍ଗତ ମଲ୍ଲିକଙ୍କର ବିୟୋଗରେ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସେହିପରି ଅପରାହ୍ନରେ ବିଧାନସୌଧ ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme