Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚୋର ସନ୍ଦେହରେ ୪ ସନ୍ଦିଗ୍ଧଙ୍କୁ କାବୁ କଲେ ଗ୍ରାମବାସୀ

Posted on November 7, 2025

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚନ୍ଦନପୁର ଗ୍ରାମରେ ଚୋର ସନ୍ଦେହରେ ୪ ସନ୍ଦିଗ୍ଧଙ୍କୁ କାବୁକଲେ ଗ୍ରାମବାସୀ । ପୁଲିସ ସମସ୍ତଙ୍କୁ ଗିରଫ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ଏକ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି।

ସୂଚନା ଅନୁସାରେ, ଗତ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍ ଯୋଗେ କିଛି ବ୍ୟକ୍ତି ସନ୍ଦେହ ଜନକ ଭାବେ ଚନ୍ଦନପୁର ଗ୍ରାମ ନିକଟରେ ବୁଲାବୁଲି କରିଥିଲେ । ଗାଁରେ ବୁଲିବା ବେଳେ କିଛି ଗ୍ରାମବାସୀଙ୍କ ନଜରକୁ ଆସିଥିଲେ। ଗ୍ରାମର କିଛି ସାହସୀ ଯୁବକ ମିଳିତ ଭାବେ ସେମାନଙ୍କ ଉପରେ ଚଢ଼ାଉ କରି ଦେଇଥିଲେ। ପରେ ଖବର ପାଇ ଅନ୍ୟ ଗ୍ରାମବାସୀମାନେ ସହଯୋଗ କରିଥିଲେ। ୫ ରୁ ଉର୍ଦ୍ଧ୍ୱ ସନ୍ଦିଗ୍ଧ ଯୁବକ ଉକ୍ତ ଗାଡ଼ିରେ ଥିବା ବେଳେ ଘଟଣା ସ୍ଥଳରୁ ୩ ଜଣକୁ ଧରିଥିଲେ ଗ୍ରାମବାସୀ । ଖବର ପାଇ ବାଙ୍ଗିରିପୋଷି ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପରେ ଫେରାର ଥିବା ଅନ୍ୟମାନଙ୍କୁ ଖୋଜା ଖୋଜି କରିବାରୁ ଆଉ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ମୋଟ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ବେଳେ ଏକ କାର୍‌ ଜବତ କରିଛି ପୁଲିସ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme