Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚୋରା ଦେଶୀ ମଦ ଜବତ, ବ୍ୟବସାୟୀକୁ ଗଛରେ ବାନ୍ଧି ପୁଲିସ ଜିମାଦେଲେ ଗ୍ରାମବାସୀ

Posted on December 6, 2025

କଟକର ସାଲେପୁରରୁ ଚୋରା ଦେଶୀ ମଦ ଜବତ। ମଦ ବ୍ୟବସାୟୀକୁ ଗଛରେ ବାନ୍ଧି ପୁଲିସ ଜିମାଦେଲେ ଗ୍ରାମବାସୀ। ଗିରଫ ବ୍ୟକ୍ତି ଜଣକ ସାଲେପୁର ଅଞ୍ଚଳର ଜୟନ୍ତ ବେହେରା ବୋଲି ଜଣାପଡିଛି।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ସମୟରେ ସାଲେପୁର ଅଞ୍ଚଳର ଜୟନ୍ତ ବେହେରା ସ୍ଥାନୀୟ ଶଙ୍କରପୁର ଗ୍ରାମରେ ୧୦ ପେଟି ଦେଶୀ ମଦ ଚୋରାରେ ବିକ୍ରୟ କରିବା ଉଦ୍ଦେଶ୍ୟରେ ବଟ କାଣ୍ଡୀଙ୍କ ଘରେ ଦେବାକୁ ଯାଉଥିଲେ। ଏନେଇ ସେହି ଅଞ୍ଚଳର ସ୍ଥାନୀୟ ଲୋକେ ଓ ମହିଳାମାନେ ଚୋରା ମଦ ବ୍ୟବସାୟୀ ଜୟନ୍ତ ବେହେରାକୁ କାବୁ କରିଥିଲେ। ମଦ ବୋତଲଗୁଡ଼ିକ ଭାଙ୍ଗି ନଷ୍ଟ କରିଦେବା ସହ ଜୟନ୍ତକୁ ଗଛରେ ବାନ୍ଧି ସାଲେପୁର ପୁଲିସକୁ ଖବର ଦେଇଥିଲେ। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜୟନ୍ତ ବେହେରାକୁ ଗିରଫ କରି ଥାନାକୁ ନେଇଛି। ତେବେ ଏହି ଦେଶୀ ମଦ ବେପାରକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏ ଅଞ୍ଚଳରେ ଦେଶୀ ମଦ ବେପାରକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme