Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀ ଟଙ୍କା ଫେରିପାଇବେ

Posted on December 23, 2025

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି କରିଛି। କ୍ଷୁଦ୍ର ଜମାକାରୀମାମାନେ ଏହାର ସୁଯୋଗ ନେବା ସହିତ ସମସ୍ତେ ଆବେଦନ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲୁ ରହିବ। ତଦନ୍ତ କମିଶନ ସୁପାରିସ କରିଥିବା ଏବଂ ଟଙ୍କା ଫେରସ୍ତ ପାଇ ନ ଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଅର୍ଥାତ୍‌ ଯେଉଁମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ସେମାନେ ଏହି ସୁଯୋଗର ଲାଭ ଉଠାଇପାରିବେ। ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇ ନ ଥିବା ଜମାକାରୀମାନେ ମଧ୍ୟ ଉପକୃତ ହେବେ। ଜମାକାରୀମାନେ ଆବଶ୍ୟକ କାଗଜପତ୍ର ସହିତ ଆର୍‌ଆଇଙ୍କ ନିକଟରେ ଯୋଗାଯୋଗ କଲେ ୧୫ ଦିନ ଭିତରେ ସେମାନଙ୍କ ଜମାରାଶି ଫେରିପାଇବେ। ଯଦି କୌଣସି ଜମାକାରୀ ଅଧିକ ତଥ୍ୟ ସରକାରଙ୍କ ତରଫରୁ ଜାଣିବାକୁ ଚାହାନ୍ତି ତେବେ ଜାରି କରାଯାଇଥିବା ୦୬୭୪-୨୩୯୫୧୫୩ରେ ଯୋଗାଯୋଗ ମଧ୍ୟ କରିପାରିବେ। ନିୟମ ମୁତାବକ ଜମାକାରୀମାନେ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ୍‌, ପାନ୍‌ କାର୍ଡ ଇତ୍ୟାଦି ଦାଖଲ କରିପାରିବେ। ମୂଳ ଜମା ରସିଦ ଦାଖଲ କରିବେ। ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦାଖଲ କରିବେ। ଜିଲା ସରକାରୀ ଓ୍ବେବସାଇଟ୍‌ରେ ସରକାରଙ୍କ ପକ୍ଷରୁ ଜମାକାରୀଙ୍କ ତାଲିକା ରହିଛି।

ଏନେଇ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ କହିଛନ୍ତି, ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଯେଉଁ ବିଜ୍ଞାପନ ଦେଇ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ବନ୍ଦ ଥିଲା ତାକୁ ପୁନର୍ବାର ଆରମ୍ଭ କରିଥିବାରୁ ସରକାରଙ୍କୁ ସାଧୁବାଦ। ହେଲେ ଭାଜପା ସରକାରକୁ ଆସିବାର ୧୮ ମାସ ଭିତରେ ରାଜ୍ୟର ସମସ୍ତ କ୍ଷୁଦ୍ର ଓ ବୃହତ୍‌ ଜମାକାରୀଙ୍କୁ ତହସିଲଦାରମାନଙ୍କ ଜରିଆରେ ଚିହ୍ନଟ କରି ଟଙ୍କା ଫେରସ୍ତ କରିବ ବୋଲି ନିର୍ବାଚନ ସମୟରେ ପ୍ରକାଶିତ ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ସେମାନେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ, ସମସ୍ତ କ୍ଷୁଦ୍ର ଓ ବୃହତ ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରସ୍ତ ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।
ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ସରକାର ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ଲାଗି ମନ ସ୍ଥିର କରିଛନ୍ତି। ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନେ ପର୍ଯ୍ୟାୟକ୍ରମେ ଆବେଦନ କଲେ ଅର୍ଥ ଫେରିପାଇବେ। ଲୋକଙ୍କ ସମସ୍ୟା ସମାଧାନ କରିବା ଦାୟିତ୍ୱ ମିଳିଛି, ତାହା ଆମେ ପର୍ଯ୍ୟାୟକ୍ରମେ କରିବୁ। ପୂର୍ବ ସରକାର ସମୟରେ ଚିଟ୍‌ଫଣ୍ଡ କେଳେଙ୍କାରୀ ହେଲା। ସେହି ସମୟରେ ସିବିଆଇ ତଦନ୍ତ ହୋଇ ଏଥିରେ ସମ୍ପୃକ୍ତ ଅନେକଙ୍କୁ ଗିରଫ କରାଗଲା। ହେଲେ ପୂର୍ବ ସରକାର ଟଙ୍କା ଫେରାଇବା କଥା, ସେମାନେ ତାହା ନ କରିବାରୁ ଏହି କାର୍ଯ୍ୟ ଭାଜପା ସରକାର କରୁଛି ବୋଲି ସେ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଯେଉଁମାନେ ୧୦ ହଜାର ଟଙ୍କା ତଳକୁ ଜମା କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାର ପ୍ରକ୍ରିୟା ସରକାରଙ୍କ ତରଫରୁ ଆରମ୍ଭ ହୋଇଛି। ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଚିହ୍ନଟ କରାଯାଇଛି। ନିର୍ବାଚନ ସମୟରେ ଏନେଇ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପାଳନ କରିବା ଆରମ୍ଭ ହୋଇଛି। ବହୁତ ଲୋକ ପୂର୍ବରୁ ପାଇଗଲେଣି। ଏଥର ଅନେକ ସ୍ବଳ୍ପ ଜମାକାରୀ ପାଇଯିବେ। ପର୍ଯ୍ୟାୟକ୍ରମେ ସବୁ ପ୍ରକ୍ରିୟା ଦ୍ରୁତଗତିରେ କରାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme