Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚନ୍ଦ୍ରଭାଗାରେ ଡଲଫିନ ଗଣନା, ୩ଟି ଦଳରେ ୧୫ ଟି କ୍ରୀଡାରତ ବଟଲ୍ ନୋଜ୍ ଡଲଫିନ

Posted on January 21, 2026

ପୁରୀ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ କୋଣାର୍କ ବନବିଭାଗ ତରଫରୁ ମଙ୍ଗଳବାର ସକାଳୁ ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଥିଲା। କେଲୁଣି ମୁହାଣ ନିକଟରୁ ରାମଚଣ୍ଡୀ ନଦୀ ମୁହାଣ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି ଗଣନା କରାଯାଇଥିଲା। କୋଣାର୍କ ବନାଞ୍ଚଳ ଅନ୍ତର୍ଗତ ଏହି ଅଞ୍ଚଳରେ ୩ଟି ଦଳରେ ୧୫ ଟି କ୍ରୀଡାରତ ବଟଲ୍ ନୋଜ୍ ଡଲଫିନ ଦେଖିବାକୁ ମିଳିଥିଲା। ଯାହା ସମୁଦ୍ର ଜଳ ରାଶିରେ ଦଳ ଗତ ଭାବେ କ୍ରୀଡ଼ା କରୁଥିଲେ। ପର୍ଯ୍ୟଟକ ମାନେ ମଧ୍ୟ ଦେଖି ଖୁସି ଅନୁଭବ କରିଥିଲେ।

ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନେତୃତ୍ୱରେରେ ତିନୋଟି ଗଣନାକାରୀ ଦଳରେ ବନପାଳଙ୍କ ସମେତ ୧୫ ଜଣ ବିଭାଗୀୟ କର୍ମଚାରୀ ନିୟୋଜିତ ଥିଲେ। ପରିବେଶ ଅନୁକୂଳ ଥିବାରୁ ଚନ୍ଦ୍ରଭାଗା ସମୁଦ୍ର କୁଳରେ ବିରଳ ପ୍ରଜାତିର ଡଲଫିନ ଦୃଶ୍ୟମାନ ହେଉଥିବାର ବନବିଭାଗ କହିଛି। ସେହିପରି ଅସ୍ତରଙ୍ଗ ବନ୍ୟପ୍ରାଣୀ ବନ୍ୟାଞ୍ଚଳରେ ସକାଳ ୬ଟାରୁ ଡ଼ଲଫିନ ଗଣନା କରାଯାଇଛି। ଅସ୍ତରଙ୍ଗ ରେଞ୍ଜରେ ଚାରୋଟି ଟିମ ସାମିଲ ହୋଇଛନ୍ତି ସ୍ଥଳ ଭାଗରେ ଦୁଇଟି ଏବଂ ଜଳ ଭାଗରେ ଦୁଇଟି ଟିମ ଏହି ଡ଼ଲଫିନ ଗଣନା କରୁଛନ୍ତି। ଅସ୍ତରଙ୍ଗର ଦେବୀ ମୁହାଣ, ଜାହାନିଆ, ଗଙ୍ଗାଦେବୀ, ଡ଼ାଳୁଅକଣୀ ଏବଂ କେଳୁଳି ମୁହାଣ ଡ଼ଲଫିନ ଗଣନା କରାଯାଉଛି। ବନକର୍ମଚାରୀ ଭିଡିଓଗ୍ରାଫି, ଫଟୋ ଗ୍ରାଫି ଏବଂ ଜିପିଏସ ଦ୍ୱାରା ଗଣନା କରୁଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme