Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘାଟିରେ ସିରିଜ୍ ଦୁର୍ଘଟଣା, ଅଣଓସାରିଆ ରାସ୍ତାରେ ଓଲଟିଲା ୨ ଟ୍ରେଲର

Posted on January 5, 2026

 

ମୟୂରଭଞ୍ଜ ଜିଲ୍ଲା ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା। ମାଛ କାନ୍ଦଣା ଘାଟିରେ ବିନା ଟେକ୍ନିସିଆନରେ ଚାଲିଛି ରାସ୍ତା ଉନ୍ନତିକରଣ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମାନି। ଖାମ ଖିଆଲ ନୀତି ପାଇଁ ସଂକୀର୍ଣ୍ଣ ରାସ୍ତାରେ ଘଟୁଛି ଦୁର୍ଘଟଣା। ଚାରି ଦିନରେ ଗଲାଣି ୪ ଜୀବନ। ରବିବାର ବିଳମ୍ଵିତ ରାତିରେ ଘାଟିରେ ପୁଣି ସିରିଜ୍ ଦୁର୍ଘଟଣା। ଅଣଓସାରିଆ ରାସ୍ତାରେ ଓଲଟି ପଡ଼ିଲା ୨ଟି ଲୁହା ବୋଝେଇ ଟ୍ରେଲର। ଜଣେ ଡ୍ରାଇଭର୍ ମୃତ ଅନ୍ୟ ଜଣେ ଗୁରୁତର। 

ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତିରେ ୨୨୦ ନମ୍ବର ଜାତୀୟ ରାଜପଥ ବଣମୁଣ୍ଡା ନିକଟସ୍ଥ ମାଛକାନ୍ଦଣା ଘାଟିରେ ଦୁର୍ଘଟଣା ଘଟିଛି। ୨ ଟି ଲୁହା ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡ଼ିଛି। ଫଳରେ ଜଣେ ଡ୍ରାଇଭର୍ ଗାଡି ତଳେ ଚାପି ହୋଇ ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ ଜାମସେଦପୁର ସ୍ତାନତରିତ କରାଯାଇଛି। ଘଟଣା ସ୍ଥଳରେ ଯଶିପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme