Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସ ଛାନ୍‌ଭିନ୍

Posted on December 2, 2025

ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ସେ ହେଲେ, ରାହୁଲ ଯାଦବ । ଘର ଛତିଶଗଡ଼ ରାୟପୁର ସହରରେ । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ । କ୍ୟାମ୍ପସ ୧୦ର ହଷ୍ଟେଲ ନଂ-କେପି ୭ ଏବି ରୁମ୍‌ରେ ରହୁଥିଲେ । ପ୍ରେମରେ ପ୍ରତାରଣା ଯୋଗୁ ରାହୁଲ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ରବିବାର ରାତି ୧୦ଟା ୪୫ର ରାହୁଲ ତାଙ୍କ ରୁମ୍ କବାଟ ନ ଖୋଲିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ରୁମଟି ଭିତର ପଟୁ ଲକ୍ ହୋଇଥିଲା । ପୁଲିସ କବାଟ ଭାଙ୍ଗି ଭିତରକୁ ପଶିଥିଲା । ଝୁଲନ୍ତା ଅବସ୍ଥାରେ ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା । ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟର ଭିଡିଓ ଉତ୍ତୋଳନ କରାଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ଉକ୍ତ ରୁମ୍‌ରୁ ରାହୁଲଙ୍କ ମୋବାଇଲ ଫୋନ ଓ ଲାପଟପ ଜବତ କରିଥିଲା । ରାହୁଲଙ୍କ ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ପୁଲିସ ରାହୁଲଙ୍କ ସହପାଠୀ, ସୋସିଆଲ ମିଡିଆ ଆକାଉଣ୍ଟ, ଡିଜିଟାଲ ତଥ୍ୟକୁ ତର୍ଜମା କରିବାରୁ ତାଙ୍କ ପ୍ରେମ ବ୍ୟାପାରର ସୁରାକ ପାଇଛି। ସେ ରାୟପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀଜଣକ ମହାରାଷ୍ଟ୍ରରେ ପଢ଼ୁଛନ୍ତି ।

ରାହୁଲଙ୍କ ମା’ ନିର୍ମଳା ଯାଦବ ସମ୍ପୃକ୍ତ ଯୁବତୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯୁବତୀ ଓ ତାଙ୍କ ବାପା-ମା’ ଦୀର୍ଘଦିନ ଧରି ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେଉଥିଲେ । ଯାହାକୁ ସହିନପାରି ତାଙ୍କ ପୁଅ ଆତ୍ମହତ୍ୟା କରିଛି । ନିର୍ମଳାଙ୍କ ଅଭିଯୋଗକ୍ରମେ ଇନ୍‌ଫୋସିଟି ଥାନା ପୁଲିସ ଏକ ମାମଲା ରୁଜୁ କରିଛି ।

ଶିକ୍ଷାନୁଷ୍ଠାନ ପକ୍ଷରୁ କୁହାଯାଇଛି, ଛାତ୍ରଙ୍କ ଆତ୍ମହତ୍ୟା ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟର କଥା । ବ୍ୟକ୍ତିଗତ କାରଣରୁ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହା ଏକ ପ୍ରେମଜନିତ ଘଟଣା ବୋଲି ଜଣାପଡି଼ଛି । ଓଡ଼ିଶା ଓ  ଓଡ଼ିଶା ବାହର ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପ୍ରତି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି । ଯାହାକି, ଅତି ଚିନ୍ତାର ବିଷୟ। ଦେଶର ଏଭଳି ସମସ୍ୟାକୁ କିଭଳି ସମାଧାନ କରାଯିବ । ସେନେଇ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍ । କାରଣ, ଏହା ବର୍ତ୍ତମାନ ସମୟର ବଡ଼ ଆହ୍ୱାନ । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଛାତ୍ରଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme