
ଭୟାବହ ଅଗ୍ନିକାଣ୍ଡ । ଦଶ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳ ଘୋଡ଼ାନ୍ସ ପଞ୍ଚାୟତର ହରିଶପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗାଁର ଶିବ ପ୍ରସାଦ ରାଉଳ, ପ୍ରଶାନ୍ତ ରାଉଳ ଓ ଗଦାଧର ରାଉଳଙ୍କ ଘରେ ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଆଖି ଆଗରେ ହୁ ହୁ ହୋଇ ଜଳିଥିଲା । ଘରର ସାମଗ୍ରୀ,ଆସବାପତ୍ର ଓ ଧାନ ଚାଉଳ ପୋଡି ପାଉଁଶ ହୋଇଥିବାରୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି ।
ନାଉଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘରର ୯୦ ପ୍ରତିଶତ ଜଳିଯାଇଛି l ନାଉଗାଁ ବିଡିଓ ନିରଞ୍ଜନ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ବିପନ୍ନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
