Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗୋଦାମ ଗୃହରୁ ଅନୁମାନିକ ୭୦ ଲକ୍ଷ ଟଙ୍କାର ସିଗାରେଟ ଲୁଟି ନେଲେ ଦୁର୍ବୁତ୍ତ।

Posted on January 29, 2026

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୋଦରବିଲି ଗାଁ ସ୍ଥିତ ମା’ କାମାକ୍ଷୀ ଏଣ୍ଟରପ୍ରାଇଜେସ ଗୋଦାମ ଗୃହରୁ ଅନୁମାନିକ ୭୦ ଲକ୍ଷ ଟଙ୍କାର ସିଗାରେଟ ଲୁଟି ନେଲେ ଦୁର୍ବୁତ୍ତ। ଗତକାଲି ବିଳମ୍ବିତ ରାତିରେ ଗୋଦାମ ଗୃହ ପଛ ପଟ କାନ୍ଥରେ ସୁଡ଼ଙ୍ଗ କରି ଲୁଟ କରିଛନ୍ତି ଦୁର୍ବୁତ୍ତ। ତେବେ ସିସିଟିଭି କ୍ୟାମେରାରେ ୨ ଜଣ ଦୁର୍ବୁତ୍ତ ରହିଥିବା ସୂଚନା ରହିଛି। ଯାହାକୁ ନେଇ ଆଜି ଅଭିଯୋଗ ପରେ ତୁମୁସିଙ୍ଗା ପୋଲିସ ଏବଂ ଜିଲ୍ଲା ଫରେନ୍ସିକ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରି ଦେଇଛନ୍ତି। କିଭଳି ସିକ୍ୟୁରିଟି ବ୍ୟବସ୍ଥା ସହ ସିସିଟିଭି କ୍ୟାମେରା ଥିଲେ ମଧ୍ୟ ଏତେ ବଡ଼ ଧରଣର ଚୋରି ହୋଇଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ତମାଖୁ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏତେ ବଡ଼ ଷ୍ଟକ ତାହା ପୁଣି ସିଗାରେଟ ତାହା କିଭଳି ଥିଲା ଏବଂ ଦୁର୍ବୁତ୍ତ ମାନେ କେବଳ ସିଗାରେଟ ଷ୍ଟକକୁ ନେଇ ଫେରାର ମାରିଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। ସେପଟେ ଗତ କାଲି କାମାକ୍ଷାନଗର ଅନନ୍ତପୁର ସାହିରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଯାହାକୁ ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme