Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଧୋଉଥିବା ଓ ପୋଷାକ ବଦଳାଉଥିବା ଯୁବତୀଙ୍କୁ କରୁଛନ୍ତି ଟାର୍ଗେଟ୍

Posted on November 8, 2025

ଯୁବପୀଢିଙ୍କୁ ବାୟା କଲାଣି ରିଲ୍ସ ନିଶା। ଟପିଗଲେଣି ସୀମା ସରହଦ୍। ଏବେ ଡିମାଣ୍ଡ୍‌ରେ ଅଶ୍ଳୀଳ କଣ୍ଟେଣ୍ଟ। ଭିଡିଓରେ ଯେତେ ନଗ୍ନତା ରହୁଛି ସେତିକି ଭାଇରାଲ୍ ହେଉଛି। ମିଲିଅନ୍ ମିଲିଅନ୍ ଭ୍ୟୁଜ୍ ଆସୁଛି। ଲକ୍ଷ ଲକ୍ଷ ଲୋକ ଦେଖିବାରୁ ଭଲ ରୋଜଗାର ବି ହେଉଛି। ଆଉ ଏହି ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ମାଧ୍ୟମ ପାଲଟିଛି ପୁରୀ ସମୁଦ୍ର ବେଳାଭୂମି। ଟାର୍ଗେଟ୍‌ରେ ଗାଧୋଉଥିବା ଓ ପୋଷାକ ବଦଳାଉଥିବା ଯୁବତୀ। ଅସଞ୍ଜତ ଅବସ୍ଥାର ଫାଇଦା ଉଠାଉଛନ୍ତି ରିଲ୍ସ ପାଗଳ। ସେମାନଙ୍କ ଅଜାଣତରେ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍ କରୁଛନ୍ତି ଅସାମାଜିକ। 

ପୁରୀକୁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସୁଛନ୍ତି। ସମୁଦ୍ର ସ୍ନାନର ମଜା ଉଠାଉଛନ୍ତି। ବିଶେଷ କରି ସମୁଦ୍ରରେ ଗାଧୋଉଥିବା ମହିଳା ପର୍ଯ୍ୟଟକମାନଙ୍କୁ ଏବେ ରିଲ୍ସ ପାଗଳମାନେ ଟାର୍ଗେଟ୍ କରୁଛନ୍ତି। ବେଳାଭୂମିରେ ପୋଷାକ ପାଲଟୁଥିବା ଯୁବତୀ ଓ ରାସ୍ତାରେ ଯାଉଥିବା ଝିଅମାନଙ୍କର ଖୁଲମଖୁଲା ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରୁଛନ୍ତି। ପୁରୀର ୪ ରୁ ୫ ଜଣ ଯୁବକ ଭାଇରାଲ୍ ହେବା ପାଇଁ ଏହି ପନ୍ଥା ଆପଣେଇଛନ୍ତି। ପ୍ରଥମ କିଛି ସେକେଣ୍ଡ ଯୁବତୀଙ୍କର ଅସଞ୍ଜତ ଅବସ୍ଥାରେ ଥିବା ଭିଡିଓ ଆସିବା ପରେ ନିଜର ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଏଭଳି ଭିଡିଓ ଅଧିକ ଛାଡ଼ିବା ପାଇଁ ଶହଶହ କମେଣ୍ଟ ଆସୁଥିବାରୁ ଏହା ଯୁବକମାନଙ୍କୁ ଆହୁରି ଉତ୍ସାହିତ କରୁଛି। 

ସେପଟେ ବେଳାଭୂମିରେ ପୋଷାକ ପାଲଟିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅଧିକାଂଶ ପର୍ଯ୍ୟଟକ ବାଲି ଉପରେ ହିଁ ପୋଷାକ ବଦଳୁଛନ୍ତି। ଏହାର ଭିଡିଓ ଉତ୍ତୋଳନ କରି ଏମାନେ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ଭାଇରାଲ କରୁଛନ୍ତି । ସେତିକି ନୁହେଁ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମୟ ବିତାଉଥିବା ଯୁବତୀଙ୍କ ଭିଡିଓ ମଧ୍ୟ ଏମାନେ ଛାଡୁଛନ୍ତି । ଏହାସହ ବଡ଼ଦାଣ୍ଡରେ ଯୁବତୀମାନେ ଚାଲିଚାଲି ଯାଉଥିବା ସମୟରେ ସେମାନଙ୍କର ସମ୍ବେଦନଶୀଳ ଅଙ୍ଗର ଭିଡିଓ କରି ରିଲ୍ସ କରି ମଧ୍ୟ ସେୟାର କରୁଛନ୍ତି । ଏମାନଙ୍କର ଏଭଳି ଭିଡିଓରେ ମିଲିଅନ ଭ୍ୟୁଜ୍ ଆସୁଛି। ରାଜ୍ୟ ବାହାରେ ମଧ୍ୟ ଅନେକ ଲୋକ ଏହାକୁ ଦେଖୁଛନ୍ତି । ଯାହାକି ପୁରୀର ଛବିକୁ ମଳିନ କରୁଛି। 

ଗତ ସେପ୍ଟେମ୍ବର ମାସରେ ଜଣେ ବ୍ୟକ୍ତି ଏନେଇ ‘ଏକ୍ସ’ରେ ଅଭିଯୋଗ କରିଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଶା ପୁଲିସ ମୁଖ୍ୟାଳୟରୁ ପୁରୀ ପୁଲିସକୁ ନିର୍ଦ୍ଦେଶ ଆସିଥିଲା । ହେଲେ ପୁରୀ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଏମାନେ ଅଧିକରୁ ଅଧିକ ଭିଡିଓ କରିଚାଲିଛନ୍ତି । ସେପଟେ ଯୁବତୀମାନଙ୍କର ଅଜାଣତରେ ଭିଡିଓ କରୁଥିବା ସମସ୍ତ ଆକାଉଣ୍ଟକୁ ଖୋଜି ବନ୍ଦ କରାଯିବ ବୋଲି ସିଟି ଡିଏସ୍‌ପି କହିଛନ୍ତି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme