Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଁ ମଧ୍ୟରେ କୋଇଲା ଟ୍ରକ ଚଳାଚଳକୁ ନେଇ ଗ୍ରାମବାସୀଙ୍କ ବିରୋଧ।

Posted on October 30, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ କୋଇଲା ଟ୍ରକ ଚଳାଚଳକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି।ଯାହାକୁ ନେଇ ଗ୍ରାମବାସୀ ମାନେ ନିଜର ସମସ୍ୟାକୁ ପ୍ରଶାସନକୁ ଜଣାଇବା ସହ କୋଇଲା ଟ୍ରକ ଗୁଡିକ ଗାଁ ମଧ୍ୟରେ ଯିବାଆସିବାକୁ ବନ୍ଦ କରିବାକୁ ଦାବି କରିଛନ୍ତି। କୋଇଲା, ଟ୍ରକ ମାଧ୍ୟମରେ ପରିବହନ ଯୋଗୁଁ ଗାଁରେ ପ୍ରଦୂଷଣ ଏବଂ ଲୋକଙ୍କ ଯାତାୟାତରେ ସମସ୍ୟା ଓ କୁନି କୁନି କୋମଳମତି ପିଲାଙ୍କ ପ୍ରତି ବିପଦ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ମରିଯିବୁ ପଛେ କୋଇଲା ଟ୍ରକକୁ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏ ନେଇ ବ୍ୟାପକ ପୋଲିସ ମୁତୟନ ହେବା ସହ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ସ୍ଥାନୀୟ ପ୍ରଶାସନ। ବାରିହାପୁର ଗାଁ ଦେଇ ଟ୍ରକରେ କୋଇଲା ପରିବହନ ସମସ୍ୟାକୁ ନେଇ ଗ୍ରାମବାସୀ ମାନେ ଦୀର୍ଘ ଦିନ ହେବ ବିରୋଧ କରି ଆସୁଥିଲେ।

ଏପରିକି ପଂଚାୟତ ରୋଡ଼ରେ ଭାରୀଯାନ ଚଳାଚଳକୁ ବନ୍ଦ କରିବାକୁ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଗ୍ରାମବାସୀଙ୍କ ବିରୋଧକୁନେଇ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ବାଇଟ ୧-ଅରୁଣ ସାହୁ, ସ୍ଥାନୀୟ ବାସିନ୍ଦା, ବାରିହାପୁର

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme