Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଁରେ ପଶି ଦୁଇଜଣ ମହିଳାଙ୍କୁ କାମୁଡୁଲା ବିଲୁଆ

Posted on October 16, 2025

ଏରସମା,: ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମରେ ୨ ଜଣ ମହିଳା ଙ୍କୁ ବିଲୁଆ ଆକ୍ରମଣ କରିଥିବା ବେଳେ ଜଣେ ପୁରୁଷ ବିଲୁଆ ଆକ୍ରମଣରୁ ଅଳ୍ପକେ ବତ୍ତୀ ଯାଇଥିଲେ।ସୂଚନାଯୋଗ୍ୟା କି ସଂଧ୍ୟା ସମୟରେ କଙ୍କରଦିଆ ଗ୍ରାମର ପୁଷ୍ପଲତା ପ୍ରଧାନ ନିଜର ବାଡି ଆଡକୁ ଯାଇଥିବା ବେଳେ ହଠାତ୍ ତାଙ୍କ ଆଡକୁ ବିଲୁଆ ଟି ଦୌଡ଼ି ଆସି ତାଙ୍କୁ ଆକ୍ରମଣ କରିଥିଲା ଫଳରେ ତାଙ୍କର ଦୁଇ ଜଘଂରୁ ରକ୍ତସ୍ରାବ ହେଇଥିବା ବେଳେ ସେହିପରି ସଂନ୍ଧ୍ୟାରେ ମନୋରମା ସୂତାରଙ୍କ ନିଜର ଚଉରା ମୂଳରେ ସନ୍ଧ୍ୟା ଧୂପ ଦେଉଥିବା ଦେଉଥିବା ସମୟରେ ତାଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ ଜଂଘରେ କ୍ଷତ କରିଥିଲା ଏବଂ ଆଉ ଜଣେ ପୁରୁଷ ସତ୍ୟାନନ୍ଦ ପୁହାଣ ମଧ୍ୟ ବାଟରେ ଯାଉଥିବା ସମୟରେ ତାଙ୍କୁ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରୁଥିବା ସମୟରେ ସେ ମଧ୍ୟ ବିଲୁଆ କବଳରୁ ଅଳ୍ପକେ ବତ୍ତି ଯାଇଥିଲେ।ସ୍ଥାନୀୟ ଲୋକମାନେ ଯାହା କହିବା କଥା ବିଲୁଆ ଟି ପାଗଳା ହେଇ ନିଜର ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଉଛି।ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ।ଛୋଟ ଛୁଆ ,କି କୌଣସି ବ୍ୟକ୍ତି ପଦାରେ ବୁଲିବାକୁ ଡରୁଛନ୍ତି ।ବିନା କାରଣରେ ବିଲୁଆ ଆକ୍ରମଣରେ ଶିକାର ହେବେ ବୋଲି ମନରେ ଛନକା ପଶି ଯାଇଥିଲା।ଲୋକମାନେ ବିଲୁଆ ଟିକୁ ଘୋଉଡାଇଥିଲେ ଫଳରେ ବିଲୁଆ ଟି ଲୋକମାନେ ବାଡି ଆଡ଼କୁ ପଶିଯାଇଥିଲା।ରାତି ହେବା କାରଣରୁ ବିଲୁଆଟି ଲୁଚି ଯାଇଥିଲା ତେବେ ତୁରନ୍ତ ସ୍ଥାନୀୟ ପରେଷ୍ଟର ବିଲୁଆ ଟିକୁ ଧରି କାବୁ କରିବା ପାଇଁ ଗ୍ରାମର କୁଞ୍ଜବିହାରି ରାଉତ, ଦିବାକାର ପଲେଇ, ଘନଶ୍ୟାମ ପୁହାଣ,ଅର୍ଜୁନ ନାୟକ,ପ୍ରହଲାଦ ଖଟୁଆ,ବାବୁରାମ ଦଳାଇ,କପିଳେନ୍ଦ୍ର ପ୍ରଧାନ, ବିକ୍ରମ କିଶୋର ରାଉତରାୟ,ଅନିରୁଦ୍ଧ ସାହୁ,କ୍ଷିରୋଦ ପ୍ରଧାନ ପ୍ରମୁଖ ତରଫରୁ କୁହାଯାଇଛି। ଏ ନେଇ ମଧ୍ୟ ବାଲିତୁଠ ଫରେଷ୍ଟର ପଦ୍ମନାଭ ରାଉତଙ୍କୁ ମଧ୍ୟ ଅବଗତ କରାଯାଇଥିଲା।ଶୀଯୁକ୍ତ ରାଉତ ସକାଳେ ଯାଇ ସେ ବିଲୁଆ ଟିକୁ କାବୁ କରିବେ ବେଲି ପ୍ରକାଶ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme