Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗଜପତିଙ୍କୁ ଚିଠି, ନୂଆବର୍ଷରେ ରାତି ଅଧରୁ ଦ୍ୱାର ଫିଟିବା ପରମ୍ପରା ବିରୋଧୀ

Posted on December 29, 2025

ଇଂରାଜୀ ନୂଆବର୍ଷରେ ରାତି ୧୨ଟାରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯିବାକୁ ବିରୋଧ କରି ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ ସାହୁ । ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମଧ୍ୟ ସେ ଏନେଇ ଚିଠି ପ୍ରେରଣ କରିଛନ୍ତି ।

ଶ୍ରୀ ସାହୁ ଚିଠିରେ ଉଲ୍ଲେଖ କରିଛନ୍ତି, ରାତି ୧୨ଟାରେ ପାଶ୍ଚାତ୍ୟ ସଂସ୍କୃତି ଅନୁସାରେ ନୂତନ ଦିନର ଆରମ୍ଭ ହୋଇଥାଏ । ହେଲେ ସନାତନ ସଂସ୍କୃତିରେ ସୂର୍ଯ୍ୟୋଦୟ ସହ ନୂତନ ଦିନର ଆରମ୍ଭ ହୁଏ । ଏଣୁ ସନାତନ ସଂସ୍କୃତି ଓ ପରମ୍ପରା ଅନୁସାରେ ସୂର୍ଯ୍ୟୋଦୟରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯିବା ଜରୁରି । ଆମ ସୁବିଧା ପାଇଁ ନୀତି ଓ ପରମ୍ପରାରେ ବ୍ୟତିକ୍ରମ କରି ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖି ରାତି ୧୨ଟାରୁ ଦ୍ୱାର ଖୋଲି ଦର୍ଶନ କରିବା ବ୍ୟବସ୍ଥାବଳୀକୁ ବିରୋଧାଚରଣ କରୁଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ ଜଣାଇଛନ୍ତି, ପହିଲି ଭୋଗ ନୀତି ପାଇଁ ସେମିତିରେ ଶ୍ରୀମନ୍ଦିର ଦ୍ୱାର ଶୀଘ୍ର ଖୋଲୁଛି । ଏଣୁ ମହାପ୍ରଭୁଙ୍କୁ ବିଶ୍ରାମ ନେବାକୁ ସମୟ ଦେବା ନିହାତି ଜରୁରି । ଭକ୍ତ ସମାଜ ମଧ୍ୟ ଏନେଇ ସଚେତନ ରହି ରାତି ଅଧରେ ମନ୍ଦିର ନ ଯାଇ ନିୟମିତ ଯେଉଁଭଳି ଦର୍ଶନ କରିବାକୁ ଆସନ୍ତି ସେହିଭଳି ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme