Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖବର ପ୍ରସାରଣ ପରେ ଆକ୍ସନ ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ।

Posted on November 23, 2025

ଖବର ପ୍ରସାରଣ ପରେ ଆକ୍ସନ ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ। ଢେଙ୍କାନାଳରେ BMC ଅଳିଆ ପଡିବା ଏବଂ ପରିବେଶ ପ୍ରଦୂଷଣକୁ ନେଇ ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରୁ ଖବର ପ୍ରସାରଣ କରିଥିଲେ। ଯେଉଁ ଖବର ପ୍ରସାରଣ ପରେ BMC ର ଚିଠି ସଂଖ୍ୟା 58697 ଅନୁଯାୟୀ ଡାଲମିଆ ସିମେଣ୍ଟ ଲିମିଟେଡ଼ କମ୍ପାନୀକୁ ୧ ଲକ୍ଷ ଟଙ୍କାର ଜୋରିମନା ସହ ଏକ ସୋ-କଜ ନୋଟିସ ହୋଇଛି। ଯାହା ତିନି ଦିନ ମଧ୍ୟରେ ଉତ୍ତର ତଳବ ରଖିବାକୁ BMC କମିଶନର ଚିଠି କରିଛନ୍ତି। ନଚେତ ଏ ନେଇ ସମ୍ପୃକ୍ତ କମ୍ପାନୀ ବିରୋଧରେ FIR ଦର୍ଜ ହେବ। ସୂଚନା ଥାଉକି, BMC ଅଳିଆକୁ ରାଜାଗାଙ୍ଗପୁର ର ଡାଲମିଆ ସିମେଣ୍ଟ ପରିବହନ କରିବାକୁ ଅନୁମତି ପାଇଛି। ତେବେ କମ୍ପାନୀର ସୁବିଧା ପାଇଁ ଅଳିଆ ଗାଡି ଗୁଡିକ ଜାତୀୟ ରାଜପଥରେ ନଯାଇ ଢେଙ୍କାନାଳ -କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାରେ ଅଳିଆ ପରିବହନ କରି ଆସୁଛି। ଫଳରେ କାମାକ୍ଷାନଗର -ଢେଙ୍କାନାଳ ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡିଥିବା ନଜର ଅନ୍ତର୍ଭୁକ୍ତ ହୋଇଥିଲା। ସବୁଠାରୁ ବଡ଼ କଥା ଯେ, ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡୁଥିଲା। ଗୋଟିଏ ପଟେ କମ୍ପାନୀ କର୍ତ୍ତୃପକ୍ଷ ଅଳିଆ ପରିବହନ SOP କୁ ଅନୁପାଳନ କରୁନଥିବା ମେୟର ସ୍ପଷ୍ଟ କରିଥିଲେ। ଯାହାକୁ ନେଇ BMC ପକ୍ଷରୁ ଡାଲମିଆ ସିମେଣ୍ଟ କମ୍ପାନୀ ଉପରେ ଆକ୍ସନ ନିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme