Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖଣି ବିଭାଗର ପୃଥକ ଚଢ଼ାଉ: ୧୦ ପଥର ଓ ୫ଟି ବାଲି ବୋଝେଇ ଗାଡ଼ି ଜବତ

Posted on November 30, 2025

ସୋର ତହସିଲ ଓ ଖଣି ବିଭାଗ ପକ୍ଷରୁ ପୃଥକ ଭାବେ ଚଢ଼ାଉ କରାଯାଇ ୧୦ଟି ପଥର ଓ ୫ଟି ବାଲି ବୋଝେଇ ଗାଡ଼ିକୁ ଜବତ କରାଯାଇଛି।

ସୂଚନା ଅନୁସାରେ ଗତକାଲି ରାତିରେ ବାଗୁଡିରୁ ପଥର ଚୋରା ଚାଲାଣର ଖବର ପାଇ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବିଦୁ ନିକଟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ୮ଟି ପଥର ବୋଝେଇ ଗାଡ଼ିକୁ ଖଣି ବିଭାଗ ପକ୍ଷରୁ ଜବତ କରାଯାଇ ଥାନାରେ ଜିମା ଦିଆଯାଇଛି।

ଅନ୍ୟପଟେ ସୋର ତହସିଲଦାର ଦୈତାରି ମଲ୍ଲିକ ବିଳମ୍ବିତ ରାତିରେ ରୁଷୋ ଛକ ନିକଟରୁ ଦୁଇଟି ପଥର ବୋଝେଇ ଡମ୍ଫର ଜବତ କରିବା ସହ ଜାତୀୟ ରାଜପଥରେ ଚଢ଼ାଉ କରିଥିଲେ। ଏହି ସମୟରେ ବେଆଇନ ଭାବେ ଚାଲାଣ ହେଉଥିବା ୫ଟି ବାଲି ବୋଝେଇ ହାଇୱାକୁ ମଧ୍ୟ ଜବତ କରି ଥାନାରେ ଜିମା ଦେଇଛନ୍ତି।

ଏହି ଚଢ଼ାଉ ପରେ ମାଫିଆଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ଚଢ଼ାଉ ହେଉଥିବା ଜାଣିପାରି ଅନେକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।

ଏଣେ ଗତ ମାସ ୨୭ ତାରିଖରେ ବାଲେଶ୍ୱର ଖଣି ବିଭାଗ ଓ ସୋର ତହସିଲ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ବାଲି ବୋଝେଇ ଗାଡ଼ି ଜବତ କରାଯାଇଥିଲା। ସକାଳେ ସୋର ତହସିଲଦାର ଦୈତାରି ମଲ୍ଲିକ ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏକ ଟିମ ସହ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବେଆଇନ ବାଲି ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରୁଥିଲେ ଏହି ସମୟରେ ଓଡ଼ି ୨୯ ଇ ୮୮୬୨,ଓଆର ୦୧ ପି ୪୮୦୭ ଓ ଓଡ଼ି୨୨ ଡବ୍ଲୁ ୮୮୪୫ ନମ୍ବର ବିଶିଷ୍ଟ ତିନୋଟି ବେଆଇନ ବାଲି ବୋଝେଇ ଗାଡ଼ିକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲା। ଚଢ଼ାଉ ହେଉଥିବା ଜାଣିପାରି ୨୫ ରୁ ଅଧିକ ଗାଡ଼ି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme