
ବହୁ ଚର୍ଚ୍ଚିତ ପରଜଙ୍ଗ ଥାନା ସାନ୍ଦା ଗାଁର କ୍ୟାମେରା ମ୍ୟାନ ରାଜେଶ ପାଣିଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ନଂ ୫୩ର ବାରିହାପୁର ଗାଁ ନିକଟରେ ରାସ୍ତାକୁ ଅବରୋଧ କରିଛନ୍ତି ପରିବାର ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ। ତେବେ ସଂକୀର୍ତ୍ତନ ମାଧ୍ୟମରେ ନ୍ୟାୟ ଦାବିରେ ସେମାନେ ରାସ୍ତାରୋକ କରିଛନ୍ତି। ସୂଚନା ଅନୁସାରେ , ଗତ ନଭେମ୍ବର ମାସ ୧୩ ତାରିଖ ଦିନ କ୍ୟାମେରା ମ୍ୟାନ ରାଜେଶ ପାଣିଙ୍କୁ କେହି ଦୁର୍ବୁତ୍ତ ମୁକ୍ତାପଶି ଗାଁ ସତସଙ୍ଗ ପୋଖରୀରେ ମାରି ପକେଇ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ନ୍ୟାୟ ପାଇଁ ପରିବାର ଲୋକେ ଏବଂ ବିଭିନ୍ନ ସଙ୍ଗଠନର ସଦସ୍ୟ ମାନେ ରାସ୍ତା ଅବରୋଧ କରିଥିଲେ। ତେବେ ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ, ଥାନା ଅଧିକାରୀ ଧିରେନ ବେହେରା ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଉଠିଥିଲା। ସେପଟେ ରାଜେଶ ପାଣି ମୃତ୍ୟୁର ସିବିଆଇ ତଦନ୍ତ କରାଯିବା ପାଇଁ ଦାବି ହୋଇଛି।
