
କୋରାପୁଟରେ ଭାଲୁ ଭୟ । କୋରାପୁଟ କୁନ୍ଦୁରାରେ ବୁଲୁଛି ଭାଲୁ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଛନ୍ତି ଭାଲୁ । କେତେବେଳେ ଦୁଇ ଟିକିଆ ଭାଲୁ ତ ଆଉ କେତେବେଳେ ୩ ଟିକିଆ ଭାଲୁ ଆସୁଥିବା ଦେଖି ଆତଙ୍କୀତ ଅବସ୍ଥାରେ ଅଞ୍ଚଳବାସୀ । ପୂର୍ବରୁ ମଧ୍ୟ ବନ ବିଭାଗ ତରଫରୁ ମଧ୍ୟ ଖାଦ୍ୟ ଗୁଡ଼ିକୁ ରାସ୍ତାରେ ନ ଫୋପାଡ଼ିବା ପାଇଁ ସଚେତନ କରାଯାଇଥିଲା । ତଥାପି ରାସ୍ତାରେ ମଝିରେ ଭାଲୁ ବୁଲିବା ଦେଖି ସ୍ଥାନୀୟ ଲୋକେଭୟଭୀତ ହୋଇପଡ଼ିଛନ୍ତି ।
