Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଣାର୍କ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ପ୍ରବେଶ ପାଇଁ ନିର୍ମାଣ ହେଲା ବ୍ୟାରିକେଟ୍‌ 

Posted on December 24, 2025

ବଡ଼ ଦିନ ଓ ନୂଆ ବର୍ଷରେ ସୂର୍ଯ୍ୟମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଧାଡିରେ ଶୃଙ୍ଖଳିତ ପ୍ରବେଶ ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ନିର୍ମାଣ ହେଲା ବ୍ୟାରିକେଟ୍‌ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପର୍ଯ୍ୟଟନ ଋତୁକୁ ନେଇ ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଦେଶ ଓ ବିଦେଶ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼କୁ ନେଇ ବିଗତ ବର୍ଷ ମାନଙ୍କରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ବଡ଼ ଦିନ ଛୁଟି ଓ ନବ ବର୍ଷ ପାଇଁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଚଳିତ ବର୍ଷ ସୂର୍ଯ୍ୟମନ୍ଦିରର ପ୍ରବେଶ ପଥରେ ଏହି ବ୍ୟବସ୍ଥା ହେବ । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଏଏସଆଇ ପକ୍ଷରୁ ସ୍ବତନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । 

ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକ ମାନେ ଧାଡିରେ ମନ୍ଦିର ପ୍ରବେଶ କରିବା ପାଇଁ ଅସ୍ଥାୟୀ ଭାବେ ଲୁହା ପାଇପି ଦ୍ୱାରା ୪ ଧାଡି ବିଶିଷ୍ଟ ୬୦ ମିଟର ଲମ୍ବର ବ୍ୟାରିକେଟ୍‌ ନିର୍ମାଣ କରାଯାଉଛି । ଏହି ବ୍ୟାରିକେଟ୍‌ ଟିକେଟ କାଉଣ୍ଟର ଠାରୁ ସୂର୍ଯ୍ୟ ମନ୍ଦିର ତନଖି ଫାଟକ ପର୍ଯ୍ୟନ୍ତ ଏହି ବ୍ୟାରିକେଟ୍‌ କାମ ଆରମ୍ଭ ହୋଇଛି । ଏହି ବ୍ୟାରିକେଟ୍‌ରେ ଏଏସ୍‌ଆଇ ପକ୍ଷରୁ ପ୍ରତେକ ସ୍ଥାନରେ ଗହଳିକୁ ସମ୍ଭାଳିବା ପାଇଁ ସ୍ବତନ୍ତ ପ୍ରଶିକ୍ଷିତ ସିକ୍ୟୁରିଟ ଗାର୍ଡ ନିଯୁକ୍ତି ଦିଆଯାଇଛି । 

ଏହି ବ୍ୟାରିକେଟ ମଧ୍ୟ ଦେଇ ପର୍ଯ୍ୟଟକ ମାନେ ଧାଡିରେ ଶୃଙ୍ଖଳିତ ଭାବେ ପ୍ରବେଶ କରି ସୂର୍ଯ୍ୟମନ୍ଦିର ବୁଲି ଦେଖିପାରିବେ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସୂର୍ଯ୍ୟମନ୍ଦିର  ପ୍ରବେଶ କରି ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଏଏସ୍‌ଆଇର ସ୍ଥାନୀୟ ଅଧିକାରୀ ତ୍ରଇଲୋକ ନାଥ ବେହେରା ପ୍ରକାଶ କରିଛନ୍ତି । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟନ ଋତୁ ଓ ନବବର୍ଷ ଉପଲକ୍ଷେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମକୁ ନଜରରେ ରଖି କୌଣସି ଅଘଟଣ ନ ଘଟିବା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme