Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଣାର୍କ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ପ୍ରବେଶ ପାଇଁ ନିର୍ମାଣ ହେଲା ବ୍ୟାରିକେଟ୍‌ 

Posted on December 24, 2025

ବଡ଼ ଦିନ ଓ ନୂଆ ବର୍ଷରେ ସୂର୍ଯ୍ୟମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଧାଡିରେ ଶୃଙ୍ଖଳିତ ପ୍ରବେଶ ପାଇଁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ନିର୍ମାଣ ହେଲା ବ୍ୟାରିକେଟ୍‌ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପର୍ଯ୍ୟଟନ ଋତୁକୁ ନେଇ ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଦେଶ ଓ ବିଦେଶ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼କୁ ନେଇ ବିଗତ ବର୍ଷ ମାନଙ୍କରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ବଡ଼ ଦିନ ଛୁଟି ଓ ନବ ବର୍ଷ ପାଇଁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଚଳିତ ବର୍ଷ ସୂର୍ଯ୍ୟମନ୍ଦିରର ପ୍ରବେଶ ପଥରେ ଏହି ବ୍ୟବସ୍ଥା ହେବ । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଏଏସଆଇ ପକ୍ଷରୁ ସ୍ବତନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । 

ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକ ମାନେ ଧାଡିରେ ମନ୍ଦିର ପ୍ରବେଶ କରିବା ପାଇଁ ଅସ୍ଥାୟୀ ଭାବେ ଲୁହା ପାଇପି ଦ୍ୱାରା ୪ ଧାଡି ବିଶିଷ୍ଟ ୬୦ ମିଟର ଲମ୍ବର ବ୍ୟାରିକେଟ୍‌ ନିର୍ମାଣ କରାଯାଉଛି । ଏହି ବ୍ୟାରିକେଟ୍‌ ଟିକେଟ କାଉଣ୍ଟର ଠାରୁ ସୂର୍ଯ୍ୟ ମନ୍ଦିର ତନଖି ଫାଟକ ପର୍ଯ୍ୟନ୍ତ ଏହି ବ୍ୟାରିକେଟ୍‌ କାମ ଆରମ୍ଭ ହୋଇଛି । ଏହି ବ୍ୟାରିକେଟ୍‌ରେ ଏଏସ୍‌ଆଇ ପକ୍ଷରୁ ପ୍ରତେକ ସ୍ଥାନରେ ଗହଳିକୁ ସମ୍ଭାଳିବା ପାଇଁ ସ୍ବତନ୍ତ ପ୍ରଶିକ୍ଷିତ ସିକ୍ୟୁରିଟ ଗାର୍ଡ ନିଯୁକ୍ତି ଦିଆଯାଇଛି । 

ଏହି ବ୍ୟାରିକେଟ ମଧ୍ୟ ଦେଇ ପର୍ଯ୍ୟଟକ ମାନେ ଧାଡିରେ ଶୃଙ୍ଖଳିତ ଭାବେ ପ୍ରବେଶ କରି ସୂର୍ଯ୍ୟମନ୍ଦିର ବୁଲି ଦେଖିପାରିବେ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସୂର୍ଯ୍ୟମନ୍ଦିର  ପ୍ରବେଶ କରି ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଏଏସ୍‌ଆଇର ସ୍ଥାନୀୟ ଅଧିକାରୀ ତ୍ରଇଲୋକ ନାଥ ବେହେରା ପ୍ରକାଶ କରିଛନ୍ତି । ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟନ ଋତୁ ଓ ନବବର୍ଷ ଉପଲକ୍ଷେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମକୁ ନଜରରେ ରଖି କୌଣସି ଅଘଟଣ ନ ଘଟିବା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme