Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୋଇଲା ତସ୍କରୀ ଓ କୋଟି କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗରେ ଦୁଇ ରାଜ୍ୟର ୪୦ ସ୍ଥାନରେ ଇଡି ରେଡ୍

Posted on November 21, 2025

ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇନଫୋର୍ସମେଣ୍ଟ ଡିରେକ୍ଟରେଟ୍ (ଇଡି) ଆଜି ବିଶାଳ ଚଢ଼ାଉ କରିଛି। କୋଇଲା ତସ୍କରୀ ଏବଂ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଏକାସାଙ୍ଗରେ ୪୦ ସ୍ଥାନରେ ରେଡ୍ ଚାଲିଛି।

ଏହି ଅଭିଯାନରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି।

ଝାଡ଼ଖଣ୍ଡର ୧୮ଟି ସ୍ଥାନ—ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଆଦିଙ୍କ ଠିକଣାରେ ରେଡ୍ ହେଉଛି।

ପଶ୍ଚିମବଙ୍ଗର ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଓ କୋଲକାତାର ୨୪ଟି ସ୍ଥାନରେ ମଧ୍ୟ ଚଢ଼ାଉ ଜାରି। ଅବୈଧ କୋଇଲା ଖନନ ଓ ପରିବହନ ମାମଲାରେ ଏହାକୁ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।

ଏହି ମାମଲାରେ ଆଗାମୀ ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଇଡି ସୂଚନା ଦେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme