
ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଇନଫୋର୍ସମେଣ୍ଟ ଡିରେକ୍ଟରେଟ୍ (ଇଡି) ଆଜି ବିଶାଳ ଚଢ଼ାଉ କରିଛି। କୋଇଲା ତସ୍କରୀ ଏବଂ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଏକାସାଙ୍ଗରେ ୪୦ ସ୍ଥାନରେ ରେଡ୍ ଚାଲିଛି।
ଏହି ଅଭିଯାନରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଛି।
ଝାଡ଼ଖଣ୍ଡର ୧୮ଟି ସ୍ଥାନ—ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂ, ଅମର ମଣ୍ଡଳ ଆଦିଙ୍କ ଠିକଣାରେ ରେଡ୍ ହେଉଛି।
ପଶ୍ଚିମବଙ୍ଗର ଦୁର୍ଗାପୁର, ପୁରୁଲିଆ, ହୁଗୁଳି ଓ କୋଲକାତାର ୨୪ଟି ସ୍ଥାନରେ ମଧ୍ୟ ଚଢ଼ାଉ ଜାରି। ଅବୈଧ କୋଇଲା ଖନନ ଓ ପରିବହନ ମାମଲାରେ ଏହାକୁ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।
ଏହି ମାମଲାରେ ଆଗାମୀ ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଇଡି ସୂଚନା ଦେଇଛି।
