Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେନ୍ଦ୍ରାପଡାରେ ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର, ଭୟରେ ବିଲକୁ ଯାଉନାହାନ୍ତି ଚାଷୀ

Posted on November 13, 2025

କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ଅଞ୍ଚଳରେ ଥିବା ଗୋପାଳପୁର ଓ କେରଡାଗଡ ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ପାଖରେ ଥିବା ଏକ ବିଲ ମୁଣ୍ଡରେ ଗତ ତିନିଦିନ ଧରି ବିରାଟକାୟ ବଉଳା କୁମ୍ଭୀର ଶୋଇ ରହିଛି । କୁମ୍ଭୀରଟି ଦିନେ ବିଲ ମୁଣ୍ଡରେ ଶୋଇ ରହୁଥିବା ବେଳେ, ରାତିରେ ନିକଟସ୍ଥ ପୋଖରୀ ଓ କେନାଲରେ ପଶି ମାଛ ଶିକାର କରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଏହି ଘଟଣାରୁ ଗାଁ ଲୋକେ ଭୟଭୀତ ହୋଇପଡିଛନ୍ତି । ସେମାନେ କହିଛନ୍ତି, ଦିନ ହେଲେ ବିଲ ମୁଣ୍ଡକୁ ଯିବାକୁ ଭୟ ଲାଗୁଛି ଓ ଚାଷୀମାନେ ନିଜ ଧାନକ୍ଷେତରେ ପାଣି ଦେବା ପାଇଁ ବିଲ ଓ କେନାଲ ଉପରେ ନିର୍ଭର କରୁଥିବାରୁ ଏହାର ଫଳରେ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି ।

ସ୍ଥାନୀୟ ଲୋକେ ବନବିଭାଗ ଅଧିକାରୀଙ୍କୁ ସୂଚନା ଦେଇ କୁମ୍ଭୀରଟିକୁ ଶୀଘ୍ର ଉଦ୍ଧାର କରି ନିକଟସ୍ଥ ନଦୀ କିମ୍ବା ବନ୍ୟଜୀବ ଅଞ୍ଚଳକୁ ଛାଡ଼ିଦେବାକୁ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme