Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେନାଲ ଖୋଳାକୁ ନେଇ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ମୁହାଁମୁହିଁ

Posted on December 15, 2025

କେନାଲ ଖୋଳାକୁ ନେଇ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ମୁହାଁମୁହିଁ। ପୁଲିସ ଉପରକୁ କାଦୁଅ ମାଡ଼। ଜାଡ଼ି ନଦୀ କେନାଲ ଖୋଳାକୁ ନେଇ ସୋମବାର ବ୍ରହ୍ମଗିରି ବ୍ଲକ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗାଁରେ ଏଭଳି ଘଟଣା ଘଟିଛି। ପୁଲିସ ବଳ ପୂର୍ବକ ପ୍ରାୟ ୪୦ ଗ୍ରାମବାସୀଙ୍କୁ ଉଠାଇ ଆଣି ଅଟକ ରଖିଛି। 

ସୂଚନାନୁଯାୟୀ, ଜାଡ଼ି ନଦୀ କେନାଲକୁ କେନ୍ଦ୍ରକରି ହରିଦାସ ଏବଂ କୁସୁବେଣ୍ଟି ଗାଁ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। କେନାଲ ଖୋଳା ଚାଲିଥିବା ବେଳେ ହରିଦାସ ଗାଁର ଲୋକମାନେ ଏହାକୁ ବିରୋଧ କରିଥିଲେ। ଚାଷରେ ସମସ୍ୟାକୁ ଆଖି ଆଗରେ ରଖି ଏ ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଆଲୋଚନା ହୋଇଥିଲା। ହରିଦାସ ଗ୍ରାମବାସୀଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ସୁସମାଧନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ତେଣୁ ବାଧ୍ୟ ହୋଇ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ସେହି ସ୍ଥାନରେ BNS 163 ଘୋଷଣା କରାଯାଇଥିଲା। ଆଜି ସକାଳୁ ଜିଲ୍ଲା ପ୍ରଶାସନ ପୁଲିସ ପ୍ରଶାସନ ସହିତ କେନାଲରୁ ଅବରୋଧ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲ। 

ସେପଟେ ପୂର୍ବରୁ ସୂଚନା ପାଇ ହରିଦାସ ଗାଁର ଶତାଧିକ ମହିଳା ପୁରୁଷ ରାସ୍ତା ଅବରୋଧ କରିବା ସହ କେନାଲ ନିକଟରେ ବସି ରହିଥିଲେ। ଯାହାଫଳରେ ଜିଲ୍ଲା ପ୍ରଶାସନ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଠେଲାପେଲା ଧସ୍ତାଧସ୍ତି ଚାଲିଥିବା ବେଳେ ମହିଳାମାନେ ପୁଲିସ ଉପରକୁ ପଙ୍କ କାଦୁଅ ଫିଙ୍ଗିଥିଲେ। ଅନ୍ୟପଟେ ପୁଲିସ ବଳ ପୂର୍ବକ କିଛି ମହିଳା ଓ ପୁରୁଷଙ୍କୁ ଟାଣି ଅଟକ ରଖିଛି। ସେପଟେ ପ୍ରଶାସନ କେନାଲ ଖୋଳିବାରେ ସଫଳ ହୋଇଛି। ବର୍ତ୍ତମାନ ଘଟଣା ସ୍ଥଳରେ ପୁଲିସ ପ୍ରଶାସନ ଜଗି ରହିଛି। ୭୦ ଜଣରୁ ଉର୍ଦ୍ଧ୍ବ ମହିଳା ପୁରୁଷଙ୍କୁ ପୁଲିସ ଅଟକ ରଖିଛି। ଦୁଇ ଜଣ ଆହତ ହୋଇ ଆମ୍ବୁଲାନ୍ସରେ ମେଡିକାଲ ଯାଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme