Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେନାଲରୁ ମିଳିଲା ମଣିଷ ଖପୁରୀ

Posted on November 25, 2025

କାହାର ଏ ଖପୁରୀ ? ବସ୍ତା ଭିତରେ ଖପୁରୀ ପୁରାଇ କିଏ ଫୋପାଡ଼ିଥିଲା କେନାଲ ଭିତରେ । ଗଗୁଆ ନିକଟ କେନାଲରୁ ଦୁଇଟି ମଣିଷ ଖପୁରୀ ଉଦ୍ଧାର ପରେ ଚାରିଆଡ଼େ ଖେଳିଯାଇଛି ଚାଞ୍ଚଲ୍ୟ । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ଖପୁରୀକୁ ଜବତ କରିଛି । ଖପୁରୀ ନିକଟରେ କଳସ ସିନ୍ଦୁର ପଡ଼ିଥିବା ହେତୁ ଗୁଣି ଗାରେଡି ସନ୍ଦେହ କରାଯାଉଛି । ଗୁଣି ଗାରେଡି ପାଇଁ ଖପୁରୀ ବ୍ୟବହାର କରାଯାଇଛି ବୋଲି ଅନୁମାନ କରାଯାଉଥିବା ବେଳେ ଦୁଇଟି ଖପୁରୀକୁ ପୋଲିସ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

ସୂଚନା ମୁତାବକ  ୨୪ ତାରିଖ ଅପରାହ୍ନ ୪ ଘଟିକା ସମୟରେ କେନ୍ଦ୍ରାପଡ଼ା ବ୍ଲକ ଓ ଚୌଦକୁଲାଟ ଫାଣ୍ଡି ଅଧୀନରେ ଥିବା ଗଗୁଆ ଛକ ନିକଟ ଦେଇ ବହି ଯାଇଥିବା ଦୋବନ୍ଦା ପାଟଣାଳୀ କେନାଲରେ କିଛି ଯୁବକ ପାଣି ଭିତରେ ମାଛଧରୁଥିବା ବେଳେ ଗୋଟିଏ ଅଖା ପାଇଥିଲେ । ଆଉ ସେହି ଅଖାକୁ ଯେତେବେକେ ସେମାନେ ଉପରକୁ ଆଣନ୍ତି ସେଥିରୁ ବାହାରିଥିଲା ଦୁଇଗୋଟି ମଣିଷ ମୁଣ୍ଡର ଖପୁରି । ତେବେ ସାଙ୍ଗେ ସାଙ୍ଗେ ପିଲାମାନେ ଘଟଣା ସମ୍ପର୍କରେ ଗାଗୁଆ ଛକରେ ପ୍ରକାଶ କରିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ ଶହ ଶହ ଲୋକେ ।

ଅନ୍ୟପକ୍ଷରେ ଏପରି ଘଟଣା ଅଞ୍ଚଳରେ ପ୍ରଥମ ଦେଖିବାକୁ ମିଳିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମଣିଷ ମୁଣ୍ଡର ଖପୁରୀ କୋଉଠୁ ଆସିଲା ତାହା ତଦନ୍ତ କଲେ ସବୁ ସତ ସାମ୍ନାକୁ ଆସିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme